ବର୍ଦ୍ଧନପୁରରେ ନିଃଶୁଳ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଲାୟନ୍ସ କ୍ଲବ, ବୁଲାଭାଇ ଆଗ୍ରୋ କେୟାର ଓ ଆରକେବି ପ୍ରଡକ୍ଟ ଡେଭେଲୋପମେଣ୍ଟର ମିଳିତ ସହଯୋଗରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ତଥା ଅସ୍ତ୍ରୋପଚାର ଶିବିର ସଦର ବ୍ଲକ ଅନ୍ତର୍ଗତ ବର୍ଦ୍ଧନପୁର ମଣିନାଗେଶ୍ୱର ବାତ୍ୟାଶ୍ରୟ ସ୍ଥଳ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ପ୍ରିୟଦର୍ଶିନୀ ସାମନ୍ତ, ଡାକ୍ତର ଅରୂପ ଦେ, ଡାକ୍ତର ଶାନ୍ତି ବି ଦାସ, ଡାକ୍ତର ସଞ୍ଜୟ ମାଣିକ, ଡାକ୍ତର ଜୟନ୍ତ ନାୟକ ପ୍ରମୁଖ ଏଡି ଶିବିରରେ ଯୋଗଦେଇ ବର୍ଦ୍ଧନପୁର ସମେତ ଆଖପାଖ ଅଞ୍ଚଳର ୧୨୯ ଜଣଙ୍କ ଆଖି ପରୀକ୍ଷା କରିଥିଲେ । ଏଥିରୁ ଚିହ୍ନଟ ମୋତିଆବିନ୍ଦୁ ଥିବା ୩୪ ଜଣଙ୍କର ଚକ୍ଷୁ ଅସ୍ତ୍ରୋପଚାର କରାଯାଇଥିଲା । ଦୁର୍ଗାପ୍ରସନ୍ନ ମହାଳିକ, ଲୋକନାଥ ଶତପଥୀ, ଗୋପୀନାଥ ମହାକୁଡ଼ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ଉଦୟ ରଞ୍ଜନ ପରିଡ଼ା, ବେଣୁଧର ମହାନ୍ତି ପ୍ରମୁଖଙ୍କ ସମେତ ସ୍ଥାନୀୟ ବାସିନ୍ଦା ପରିରଚାଳନା କରିଥିଲେ ।


