କଲେଜ ଅଧ୍ୟକ୍ଷ ଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମହେଶ ଚନ୍ଦ୍ର ଦାସଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ମହେଶ ଚନ୍ଦ୍ର ଦାସ, ଅଧ୍ୟାପକ ଡ଼ କୈଳାଶ ଚନ୍ଦ୍ର ସ୍ୱାଇଁ, ଅଧ୍ୟାପିକା ସୁଦେଷ୍ଣା ଚୌଧୁରୀ ମଞ୍ଚାସିନ ରହିଥିବା ବେଳେ ପ୍ରାରମ୍ବିକା ସଙ୍ଗୀତ ଅଧ୍ୟାପକ ପ୍ରଫୁଲ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ସଞ୍ଜିବନୀ ଜେନା ଗାନ କରିଥିଲେ l ମହାବିଦ୍ୟାଳୟ ର ଅଧ୍ୟାପିକା, ଅଧ୍ୟାପକ ମାନେ ମହେଶ ଚନ୍ଦ୍ର ଦାସ ଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ସେଠାରେ ତାଙ୍କୁ ଉତ୍ତରୀୟ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷ ସଂଗୀତ ଅଧ୍ୟାପକ ଗୋରୀ ଶଙ୍କର ମହାପାତ୍ର ଗାନ କରିଥିବା ବେଳେ ଅଧ୍ୟାପକ ତ୍ରିଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ମହାବିଦ୍ୟାଳୟ ର ଅଧ୍ୟାପକ ବିଜୟ କୁମାର ପ୍ରଧାନ ଙ୍କ ସମେତ ସମସ୍ତ ଅଧ୍ୟାପିକା, ଅଧ୍ୟାପିକା ଙ୍କ ସମେତ କର୍ମଚାରୀ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ