ବିପ୍ର ସମାଜ ପକ୍ଷରୁ ୨୪ ତମ ପର୍ଶୁରାମ ଜୟନ୍ତୀ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଆଜି ଭଗବାନଙ୍କ ୬ଷ୍ଠ ଅବତାର ପର୍ଶୁରାମ ଜୟନ୍ତୀ । ଧରାରୁ ଅଧର୍ମର ବିନାଶ ଓ ଧର୍ମର ଧ୍ଵଜା ଉଡ଼ାଇବା ପାଇଁ ଭଗବାନ ଅବତାର ରୂପ ଧାରଣ କରିଥାନ୍ତି । ସମାଜରେ ସତ୍ୟ, ଶାନ୍ତି,ଧର୍ମ ସୁରକ୍ଷା ହେଲେ ଏକ ସୁସ୍ଥ ସମାଜ ଗଢି ଉଠେ । ବ୍ରାହ୍ମଣ ମାନଙ୍କର ପ୍ରାତଃ ସ୍ମରଣୀୟ ଆରାଧ୍ୟ ଦେବତା ପର୍ଶୁରାମଙ୍କ ଜୟନ୍ତୀ ଆଜି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ବିପ୍ର ସମାଜ ଫାଉଣ୍ଡେସନ ତରଫରୁ ଆଜି ଧୂମଧାମରେ ରୀତିନୀତି ଅନୁସାରେ ୨୪ ତମ ପର୍ଶୁରାମଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।ଆଜି ପୂର୍ବାହ୍ନରେ ସ୍ଥାନୀୟ ଚୋବେ ଧର୍ମଶାଳାରେ ପର୍ଶୁରାମଙ୍କ ମୃଣ୍ମୟ ମୂର୍ତ୍ତି ପୂଜକଙ୍କ ଦ୍ୱାରା ରୀତିନୀତି ଓ ଧାର୍ମିକ ପ୍ରଥା ନେଇ ପୂଜାର୍ଚ୍ଚନା କରାଯାଇଥିଲା । ମହାପ୍ରଭୁ ପର୍ଶୁରାମ ସଂସାରରେ ବ୍ରାହ୍ମଣ ମାନଙ୍କର ସୁରକ୍ଷା ନେଇ ସଦାସର୍ବଦା ଚେଷ୍ଟିତ ଥିଲେ । ସମାଜରେ ବ୍ରାହ୍ମଣ ସୁରକ୍ଷିତ ଓ ସୁସ୍ଥ ରହିଲେ ଧର୍ମର ସୁରକ୍ଷା ହେବ ।ଧର୍ମ ରହିଲେ ସମାଜ ସହି ରାସ୍ତାରେ ଯିବା ।ଅଧର୍ମ ହଟିବ ଓ ଧର୍ମ ରହିବ । ପରେ ବିପ୍ର ସମାଜ ପକ୍ଷରୁ ସଂଧ୍ୟାରେ ଏକ ସୁସଜ୍ଜିତ ରଥରେ ପର୍ଶୁରାମଙ୍କ ଫଟୋଚିତ୍ର ରଖି ଶ୍ରଦ୍ଧାଳୁ ବୃନ୍ଦ ସହର ପରିକ୍ରମା କରିଥିଲେ । ଦୂରଦୂରାନ୍ତରୁ ବହୁ ବ୍ରାହ୍ମଣ ପରିବାର ପର୍ଶୁରାମଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ । ବ୍ରାହ୍ମଣ ସମାଜର ଶୁଭେଛୁବୃନ୍ଦ ସମସ୍ତେ ବ୍ରାହ୍ମଣ ମାନଙ୍କର ଉନ୍ନତି ପାଇଁ ଚିନ୍ତା କରିବା ସହ ଐକ୍ଯବଦ୍ଧ ହୋଇ ରହି ନିଜର ଅଧିକାର ହାସଲ ପାଇଁ ବକ୍ତବ୍ୟ ରଖିଥିଲେ ।ପରେ ସମସ୍ତଙ୍କୁ କମିଟି ତରଫରୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।ଆଜି ଭଳି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁ ପର୍ଶୁରାମଙ୍କ ଜୟନ୍ତୀ ଅବସରରେ ବ୍ରାହ୍ମଣ ସମାଜର ସଭ୍ୟ/ସଭ୍ୟାବୃନ୍ଦ ଏକତ୍ର ଭେଟଘାଟ ହୋଇଥିବାରୁ ଆନନ୍ଦ ଓ ଖୁସି ହୋଇଥିଲେ । କାର୍ଯ୍ୟକ୍ରମରେ ବିପ୍ର ଫାଉଣ୍ଡେସନର ଉତ୍କଳ ପ୍ରାନ୍ତୀୟ ମହାସଚିବ ମହେଶ ଶର୍ମା, ଜଗଦୀଶ ମିଶ୍ର, ରାଇରଙ୍ଗପୁର ଶାଖାର ଅଧ୍ୟକ୍ଷ ସୁନିଲ ଚୋବେ, ରବି ଯୋଷୀ, ବିଷ୍ଣୁ ଶର୍ମା,ବଦ୍ରି ଶର୍ମା,ପୁରୂଷୋତ୍ତମ ଶର୍ମା, ନୃପତି ମିଶ୍ର, ଗୁଡୁ ଶର୍ମା, ସଓ୍ବର ଶର୍ମା, ସୁନିଲ ଚୋବେ, ପାର୍ଥସାରଥୀ କବି, ନିରଜ ପଣ୍ଡା, ସତ୍ୟନାରାୟଣ ମହାପାତ୍ର,ଦେବ ନନା, ବୀରେଶ କବି, ରାଇରଙ୍ଗପୁର ପୌରାଧ୍ୟକ୍ଷା ମମିତା ଚୌଧୁରୀ, ନମିତା ଓତା, ସଂଗ୍ରାମ କବି,ଆଲୋକ ମିଶ୍ରଙ୍କ ସମେତ ବହୁ ବ୍ରାହ୍ମିନ ଯୋଗ ଦେଇ ପରିଚାଳନା ରେ ସହଯୋଗ କରିଥିଲେ ।


