ବୟୋଜ୍ୟେଷ୍ଠ ଶିକ୍ଷକ ଇଶ୍ୱର ଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଭାରତୀୟ ଷ୍ଟେଟବ୍ୟାଙ୍କ, କେନ୍ଦ୍ରାପଡା ମୁଖ୍ୟ ଶାଖା ପକ୍ଷରୁ ବୟୋଜ୍ୟେଷ୍ଠ ପେନ୍‌ସନ୍ ଭୋଗୀ ତଥା ବର୍ଷିୟାନ ଶିକ୍ଷକ ଇଶ୍ୱର ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟ ପରିଚାଳକ ପ୍ରକାଶ ଗ୍ରହାଚାର୍ଯ୍ୟଙ୍କ ଦ୍ୱାରା ଆୟୋଜିତ ସମାରୋହରେ ଉପ ପରିଚାଳିକା ତୃପ୍ତିମୟୀ ପଣ୍ଡା ଓ ରୀନାରାଣୀ ନାୟକ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସମାରୋହରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା, ପୁର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡାଙ୍କ ସମେତ ବ୍ୟାଙ୍କର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ସମ୍ବର୍ଦ୍ଧର୍ନାର ଉତ୍ତରରେ ଶ୍ରୀ ସାହୁ ସମସ୍ତଙ୍କ ସୁସ୍ଥ ଜୀବନ କାମନା କରିବା ସହ କର୍ମକ୍ଷେତ୍ରରେ ନିଷ୍ଠାବାନ ହେବାପାଇଁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ