ବିଶ୍ୱ ହାତ ସ୍ୱାସ୍ଥ୍ୟକର ତଥା ହାତଧୂଆ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ବ ହାତ ସ୍ୱାସ୍ଥ୍ୟକର ତଥା ହାତଧୂଆ ଦିବସ ସ୍ଥାନୀୟ ଏସକେସିଜି ହାଇସ୍କୁଲ ଛାତ୍ରବାସ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ’ରେ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ସାମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ଏବଂ ବିଏଏମ: ଏନ: ଶ୍ରୀନିବାସୁଲୁ ପ୍ରମୁଖ’ଙ୍କ ନେତୃତ୍ୱରେ ସମ୍ପୃକ୍ତ ଗୁରାଣ୍ଡି ହାଇସ୍କୁଲ’ର ପିଲାମାନଙ୍କୁ ନେଇ ଏହି ଦିବସ ପାଳନ କରାଯାଇ ଏଥିରେ ପିଲା ମାନଙ୍କୁ ଦିବସ ପାଳନ’ର ତାତ୍ପର୍ଯ୍ୟ ସମ୍ପର୍କରେ କୁହା ଯାଇଥିଲା l ମୁଖ୍ୟତଃ ହାତ’କୁ ସଫା ସୁତୁରା ରଖିବା ଓ ବ୍ୟବହାର ପୂର୍ବରୁ ହାତ ଧୋଇବା’ର ବିଶେଷତ୍ୱ ତାର ଉପକାର ସମ୍ପର୍କରେ ବୁଝାଇଥିଲେ l ବିଶେଷ କରି କେଉଁ ସମୟରେ ଏବଂ କେତେବେଳେ ହାତ’କୁ ସଫାସୁତୁରା ରଖିବା ସହ ବ୍ୟବହାର ପୂର୍ବରୁ ହାତ ଧୋଇବା’ର ୧୧’ଟି ମୁଖ୍ୟ ପଏଣ୍ଟ ଗୁଡିକ ଉପରେ ବୁଝାଇ ପିଲା ମାନଙ୍କୁ ସଚେତନ କରା ଯାଇଥିଲା l କାର୍ଯ୍ୟକ୍ରମରେ ସମସ୍ତେ ବ୍ୟାନର ଧରି ପରିବେଶ ସଫା ରଖିବା , ହାତକୁ ସବୁବେଳେ ସଫା ରଖିବା ସହ ବ୍ୟବହାର ସମୟରେ ହାତ ଧୋଇ ବ୍ୟବହାର କରିବା , ସ୍ୱଚ୍ଛ ପରିବେଶ ସୁସ୍ଥ ପରିବେଶ ପ୍ରଭୃତି ସଚେତନତା ମୂଳକ ସ୍ଲୋଗାନ ମାନ ଦେଇ କାର୍ଯ୍ୟକ୍ରମ ପାଳନ କରିଥିଲେ l


