ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସେରଙ୍ଗ ଥାନା ଖଜୁରୀପଦା ଫାଣ୍ଡି ଅଧୀନ ସିଞ୍ଜାବା ଗ୍ରାମର ଜଣେ ମହିଳା ବିଷପିଇ ଅତ୍ମହତ୍ୟା କରିଥିବାର ଜଣାପଡିଛି । ମୃତକ ହେଉଛନ୍ତି ସିଞ୍ଜାବା ଗ୍ରାମର ମୃତ୍ୟୁଞୟ ନାୟକଙ୍କ ପତ୍ନୀ ବାଙ୍କେଶ୍ୱରୀ ନାୟକ (୩୨) । ସେ କୌଣସି କାରଣ ନେଇ ବିଷ ପିଇ ଦେଇଥିଲେ । ସଙ୍ଗେ ସଙ୍ଗେ ବାଙ୍କେଶ୍ୱରୀଙ୍କୁ ପରିବାର ଲୋକେ ଖଜୁରୀପଦା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁଯାୟୀ ୨୦୦୮ରେ ମୃତ୍ୟୁଢଞ୍ଜୟ ଏବଂ ବାଙ୍କେଶ୍ୱରୀଙ୍କ ବିବାହ ହୋଇଥଲା । ବିବାହର ୧୪ ବର୍ଷ ପରେ ମଧ୍ୟ ସେମାନଙ୍କର ସନ୍ତାନ ହୋଇନଥିଲା । ମାସନିକ ଭାରସାମ୍ୟ ହରାଇ ସେ ବିଷ ପି ଆତ୍ମହତ୍ୟା କରିଥିବା ନେଇ ଲୋକେ ପୋଲିସକୁ କହିଛନ୍ତି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଏହି ଘଟଣାରେ ପୋଲିସ ୨/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ଖଜୁରୀପଦା ଫାଣ୍ଡି ଅଧିକାରୀ ଡି. ଗଜପତି ଦୋରା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ