ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କଲା : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯିବା ସହ ସେ ଜଣେ ମହାନ ବାଗ୍ମୀ, ଉତ୍କଳର ସୁଯୋଗ୍ୟ ସନ୍ତାନ ତଥା ବହୁ ସାରସ୍ୱତ ପ୍ରତିଭାର ଅଧିକାରୀ ଥିଲେ ବୋଲି ବରିଷ୍ଠ ସାମ୍ବାଦିକ, ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ମତ ବ୍ୟକ୍ତ କରିଛନ୍ତି । ରଥଯାତ୍ରାର ଉଦ୍‌ଘୋଷକ ସହିତ ଓଡ଼ିଶାର ଭାଷା, ସଂସ୍କୃତି, ପରମ୍ପରାକୁ ଦେଶ ବିଦେଶରେ ପରଚିତ କରାଇବାରେ ତାଙ୍କର ଭୂମିକା ଅତୁଳନୀୟ ବୋଲି ଅଭିଯାନ ପକ୍ଷରୁ ଶୋକବାର୍ତ୍ତାରେ କହିବା ସହିତ ରାଷ୍ଟ୍ର ଜଣେ ବାଗ୍ମୀଙ୍କୁ ହରାଇଲା ବୋଲି ଏକ ପ୍ରେସ୍‌ବାର୍ତ୍ତାରେ କୁହାଯାଇଛି ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ