ପୋଲିସ୍ ତଲାସି କଡାକଡି : ମଦ୍ୟପ ଗାଡି ଚାଳକ ଜବତ
ଜଗତସିଂହପୁର, (ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ତଲାସି କଡାକଡି ହେବାରୁ ମଦ୍ୟପ ଚାଳକ ସାବାର୍ଡ ହେଉଛନ୍ତି । ଜଗତସିଂହପୁର ଟାଉନ ପୁଲିସ କଲେଜ ଛକ, ଗାନ୍ଧୀଛକ, ଜୋଗଧାରୀ ଛକ ଓ ପୁରୋହିତପୁର ଛକରାସ୍ତାରେ ତଲାସି କଡାକଡି ଜାରିରଖିଥିବାରୁ ମଦ୍ୟପ ମାନଙ୍କ ମୁଣ୍ଡ ବ୍ୟଥା ହେବାର ଦେଖାଯାଉଛି । ପ୍ରତିଦିନ ଦଶବାରଜଣ ମଦ୍ୟପ ଚାଳକ କୋର୍ଟ ଚାଲାଣ ହେଉଛନ୍ତି । ସେହିପରି ବାଲିକୁଦାର ଥାନାତରଫରୁ କାଠଗୋଲାଛକ, କଣିଆଛକ, ବାଲିଭଉଁରୀଛକ, ତିହୁଡିଛକ ଠାରେ ତଲାସି ଜୋର୍ ଚାଲିଛି । ତିର୍ତ୍ତୋଲ ଥାନାତରଫରୁ ଦୋସଡକି, ଥାନାଗଡା, ମଣିଜଙ୍ଗା ଜକରେ ତଲାସି କାର୍ଯ୍ୟ ଜୋରଦାର ଚାଲିଛି। ଜଗତସିଂହପୁର ଜିଲ୍ଲାର ସବୁ ମହଲରେ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି ।


