ସମ୍ଭାବ୍ୟ ବାତ୍ୟା ‘ଅସାନି’ ପାଇଁ ବ୍ଲକ ପ୍ରଶାସନର ପ୍ରସ୍ତୁତି
ବନ୍ତ, (ଚାନ୍ଦିନୀ ମହାନ୍ତି) :-ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମ୍ଭାବ୍ୟ ବାତ୍ୟା ‘ଅସାନି’ର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଜିଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ଲକ ସ୍ତରରେ ସମ୍ଭାବ୍ୟ ବାତ୍ୟା ‘ଅସାନି’ ପାଇଁ ପ୍ରସ୍ତୁତ ହୋଇ ରହିଥିବା ଜଣାଯାଇଛି । ବାତ୍ୟାର ଅବ୍ୟବହିତ ପୂର୍ବରୁ କଚ୍ଚାଘର ଓ ବିପଦପୂର୍ଣ୍ଣ ସ୍ଥାନ ମାନଙ୍କରେ ରହୁଥିବା ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ରଖିବା ନିମନ୍ତେ ବନ୍ତ ବ୍ଲକ ପ୍ରଶାସନ ଗ୍ରାମ ପଞ୍ଚାୟତରେ ୭୫ ଗୋଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ସହିତ ଚାରିଗାଁ ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ କରି ରଖିଥିବା ଜଣାଯାଇଛି । ପ୍ରତି ଗ୍ରାମ ପଞ୍ଚାୟତରେ ୩ ଗୋଟି ବିଦ୍ୟାଳୟକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଭାବେ ପ୍ରସ୍ତୁତ କରି ରଖାଯାଇଛି । ପ୍ରତି ବିଦ୍ୟାଳୟ ଆଶ୍ରୟସ୍ଥଳ ଦାୟୀତ୍ୱରେ ୨ ଜଣ ଶିକ୍ଷକ ଓ ଜଣେ ଅଙ୍ଗନୱାଡି କର୍ମୀଙ୍କୁ ଦାୟୀତ୍ୱରେ ରଖାଯାଇଥିବା ବେଳେ ପ୍ରତି ଗ୍ରାମ ପଞ୍ଚାୟତ ପାଇଁ ଜଣେ ଜଣେ ନୋଡାଲ ଅଫିସର ନିଯୁକ୍ତି ଦିଆଯାଇଛି । ଆଡିଆରେ ପିଇଓ ଜୟ ପ୍ରକାଶ ମହାପାତ୍ର, ଅଣିଜୋରେ ଜେଇ ପ୍ରଜ୍ଞା ପରମିତା ମହାନ୍ତି, ବଡମହିଷଗୋଠରେ ଜେଇ ପ୍ରଦୀପ କୁମାର ପରିଡା, ବସନ୍ତିଆରେ ଜେଇ ସୁପ୍ରଭା ପ୍ରଧାନ, ବନ୍ତରେ ପିଇଓ ବିଭୁଦତ୍ତ ପାତ୍ର, ଚାରିଗାଁରେ ପିଇଓ ବୀରକିଶୋର ନାୟକ, ଛୟାଳସିଂରେ ପିଇଓ ଅଲେଖ ଚନ୍ଦ୍ର ମଲ୍ଲିକ, ଗଣିଜାଙ୍ଗରେ ଜିଆରଏସ ହିମାଂଶୁ ମିଶ୍ର, ଗୋପିନାଥପୁରରେ ଜେଇ ବିକାଶ ଚନ୍ଦ୍ର ରାଉତ, ଗୋବିନ୍ଦପୁରରେ ପିଇଓ ପୂର୍ଣ୍ଣ ଚନ୍ଦ୍ର ସାହୁ, ବଡବର୍ଚ୍ଚିକୟାଁରେ ଜେଇ ଅନିରୁଦ୍ଧ ବିଶ୍ୱାଳ, କାଦବରାଙ୍ଗରେ ଜିଆରଏସ ଭାଗିରଥି ସାହୁ, କେନ୍ଦୁଆପଦାରେ ପିଇଓ ଗଣେଶ ପ୍ରସାଦ ନାୟକ, ନିଳୋକରେ ପିଇଓ ଦିଲୀପ କୁମାର ରାଉତ, ଓଡଙ୍ଗରେ ପିଇଓ ସମୀକ୍ଷା ତ୍ରିପାଠୀ, ପଧାନପଡାରେ ଜେଇ ପ୍ରକାଶ ଚନ୍ଦ୍ର ମଲ୍ଲିକ, ବିଟିପୁରରେ ପିଇଓ ନିଶାକର ଖୁଣ୍ଟିଆ, ପୁରୁଷଣ୍ଢରେ ଜିଆରଏସ ସରୋଜ ସାମଲ, ରାମଚନ୍ଦ୍ରପୁରରେ ପିଇଓ ଅଶୋକ ସ୍ୱାଇଁ, ରାମକୃଷ୍ଣପୁରରେ ପିଇଓ ଦେବେନ୍ଦ୍ର ଦଳେଇ, ରାମପୁରରେ ଜେଇ ସମୀର କୁମାର ମାନା, ସେଣ୍ଢତୀରାରେ ଜିଆରଏସ ରବିନ୍ଦ୍ର କୁମାର ବେହେରା, ଟିଲୋରେ ପିଇଓ ପ୍ରଫୁଲ୍ଲ କୁମାର ପଣ୍ଡା, ତୋଡଗାଁରେ ଜିଆରଏସ ରାଜେଶ ଜେନା, ମହାନ୍ତିପଡାରେ ପିଇଓ ସଙ୍ଗୀତାରାଣୀ ପାଣିଗ୍ରାହୀଙ୍କୁ ନୋଡାଲ ଅଫିସର ଭାବେ ଦାୟୀତ୍ୱ ଦିଆଯାଇଛି ।


