ଅଗ୍ନିକାଣ୍ଡ ଘଟି ୮ବଖରା ଘର ଭସ୍ମୀଭୂତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ନିଆଁ ଲାଗି ସମ୍ପୂର୍ଣ୍ଣ ୮ବଖରା କଚ୍ଚାଘର ଭସ୍ମୀଭୂତ ହୋଇଥିବା ଜଣାଯାଇଛି । ଗ୍ରାମର କାହ୍ନୁଚରଣ ପଣ୍ଡାଙ୍କ ବାସଗୃହରେ ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ନିଆଁ ଲାଗିଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। ଅଗ୍ନିକାଣ୍ଡ ଯୋଗୁ ରୋଷେଇ ଘର, ଗୁହାଳ ସମେତ ବାସଗୃହ ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ସର୍ଟସର୍କିଟ ଯୋଗୁ ଦୁର୍ଘଟଣା ଘଟିଥିବା ବେଳେ ନିଆଁର ତୀବ୍ରତା ଏତେ ଥିଲା ଯେ ପାଖକୁ ଯିବା ପାଇଁ କେହି ଗ୍ରାମବାସୀ ସାହସ ଯୋଟାଇ ପାରିନଥିଲେ । ଖବର ପାଇ ଭଣ୍ଡାରିପୋଖରୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ମିଶି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଏଥିରେ ଘରର ଆସବାବପତ୍ର ସହିତ ଅନ୍ୟାନ୍ୟ ସାମଗ୍ରୀ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଖବର ପାଇ ସ୍ଥାନୀୟ ସରପଞ୍ଚ ଅମୂଲ୍ୟ ନାୟକ ଅଗ୍ନି ବିପନ୍ନଙ୍କ ନିକଟରେ ପହଞ୍ଚି ତତ୍କାଳ ଅନୁକମ୍ପାମୂଳକ ସାହାଯ୍ୟ ଯୋଗାଇଦେଇଛନ୍ତି । ଏହାସହିତ ଯଥାଶୀଘ୍ର କ୍ଷୟକ୍ଷତି ଆକଳନ କରି ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରଶାସନକୁ ସରପଞ୍ଚ ଶ୍ରୀ ନାୟକ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ