ଏସିଡ୍ ମାଡ ଆସାମୀ ଦ୍ୱୟଙ୍କୁ ୧୪ବର୍ଷ ପରେ ମିଳିଲା ସଜା

ଜଗତସିଂହପୁର, (ଅନସୂୟା ରାଉତ) :-ଆଜି ଜଗତସିଂହପୁର ମହିଳା କୋର୍ଟ ଏକ ଐତିହାସିକ ନ୍ୟାୟ ପ୍ରଦାନ କରିଛନ୍ତି। ୨୦୦୯ମସିହା ଅପ୍ରେଲ ମାସ ୧୮ତାରିଖରେ ଦୁଇ ଯୁବକ ତିର୍ତ୍ତୋଲ ଅଞ୍ଚଳର ଜଣେ କଲେଜ ପଢୁଆ ଝିଅକୁ ଏସିଡ୍ ମାଡ କରିଥଲେ । ଏସିଡ୍ ମାଡ ପଛରେ ଜଣଙ୍କର ଏକତରଫା ଭଲପାଇବା। ଭଲପାଇବାରେ ବିଫଳ ହେବାରୁ ଭଦ୍ରକ ଜିଲ୍ଲାର ସନ୍ତୋଷ ବେଦାନ୍ତ ତାର ସହଯୋଗୀ ଯାଜପୁର ଜିଲ୍ଲାର ଅନୀଲ୍ ସିଂ ସହଯୋଗରେ ପ୍ରମୋଦିନୀ ରାଉଳଙ୍କ ଉପରକୁ ଦିବାଲୋକରେ ଏସିଡ୍ ପକାଇ ଫେରାର ହୋଇଯାଇ ଥିଲେ । ଏହି ଘଟଣା ବିଷୟରେ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ଫଳ ଶୂନ ହୋଇଥିଲା । କେତେଜଣ ସାମାଜିକ କର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉଦ୍ୟମରେ ଘଟଣାର ପୁନଃ ତଦନ୍ତ ୨୦୨୦ମସିହାରେ ଆରମ୍ଭ ହେଲା। ଦୁଇ ଜଣ ଆସାମୀ ମଧ୍ୟ ଗିରଫ ହେଲେ। ଆଜି ଜଗତସିଂହପୁର ମହିଳା କୋର୍ଟ ଏହି ଅଭାବନୀୟ ଘଟଣାର ବିଚାର କରି ଆସାମୀ ଦ୍ୱୟଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ହଜାର ଆର୍ଥ ଦଣ୍ଡ ଶୁଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ