ବାଲିବଣ ନିକଟରେ ଶ୍ରୀ ଶନିଶ୍ଚର ଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଶ୍ଵଶାନ୍ତି ମହାଯଜ୍ଞ ର ପୂର୍ଣାହୁତି

କୋଦଳା, (ଗୁଲସନ କୁମାର କର) :-ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ,ଏସ.ଛଚିନା ଓ ବଡ ଖଇରଖମା ପଂଚାୟତର ସଙ୍ଗମ ସ୍ଥଳରେ ଥିବା ବାଲିବଣ ବନାଶ୍ରମରେ ଶିବ ପ୍ରାସାଦ ଓ ଶ୍ରୀ ଶନିଶ୍ଚର ଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ବିଶ୍ଵଶାନ୍ତି ମହାଯଜ୍ଞ ଦୀର୍ଘ ଏଗାର ଦିନ ଧରି ଚାଲିଥିଲା ! ଗୁରୁବାର ଦିନ ଏହି ଯଜ୍ଞର ପୂର୍ଣ୍ଣାହୁତି ହୋଇଯାଇଛି ! ଦୀକ୍ଷା ଗ୍ରହଣ , କାୟା ଶୁଦ୍ଧି କଳସ ଯାତ୍ରା ଅନୁଷ୍ଠିତ ହୋଇ ଥିବା ବେଳେ କର୍ମାରମ୍ଭ , ସୂର୍ଯ୍ୟ ପୂଜା, ଶାଲା ପୂଜା,ଗୋ ପୂଜା, ଅଗ୍ନି ପୂଜା, ଦେବତାଦି ସ୍ନାନ, ହବନ, ଶୟନ, ଦେବତା ପ୍ରବେଶ, ସ୍ଥାପନ, ମହାଧ୍ଵଜ ଭ୍ରମଣ, ଯଜ୍ଞାରମ୍ଭ ଆଦି ଅନୁଷ୍ଠିତ ହୋଇଯାଇଛି । ଏହି ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଗତ ୨ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ 12ତାରିଖ ଗୁରୁବାର ଦିନ ଯଜ୍ଞ ପୂର୍ଣ୍ଣାହୁତି ହୋଇଛି । ଏଥିରେ ଘୃତଯଜ୍ଞ, ଅନ୍ନଯଜ୍ଞ, ନାମଯଜ୍ଞ, ଜ୍ଞାନଯଜ୍ଞ, ଗୋଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପଣ୍ଡିତ ମାନଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ବୁରୁଝରି, ଏସ. ଛଚିନା , ବଡ ଖଇରଖମା , ସୁମଣ୍ଡଳ ଓ ଚନ୍ଦନପୁର ପଞ୍ଚାୟତର ଅନେକ ଭକ୍ତ ସହଯୋଗ କରିଛନ୍ତି । ପ୍ରତିଦିନ ସଂଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଉଥିବାର ଦେଖିବାକୁ ମିଳିଛି!ମିନାବଜାର, ରାମଦୋଳି, ବ୍ରେକଡ୍ୟାନ୍ସ ଓ ଅପେରା ଭକ୍ତ ମାନଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଇଛି! ପ୍ରତ୍ୟେକ ଦିନ ହାଜର ହଜାର ଭକ୍ତ ପ୍ରସାଦ ସେବନ କରିଛନ୍ତି !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ