ବୁଦ୍ଧପୂର୍ଣ୍ଣିମା ରେ ଦହିପଣା ବଣ୍ଟନ

ନିମାପଡା, (ସନ୍ତୋଷ ଦାଶ) :-ବୈଶାଖ ପୁର୍ଣିମା ତଥା ବୁଦ୍ଧ ପୂର୍ଣ୍ଣିମା ଦିନ ଜଳ ଦାନ କଲେ ବହୁ ପୁଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ଵାସ ରହିଛି । ନିମାପଡା ବ୍ଲକ ସାନହୁଲି ଗ୍ରାମ ନିକଟସ୍ଥ ରତ୍ନବଟ ବାରଗାଦି ମେଳଣ ପଡିଆ ଠାରେ ନିରାଶ୍ରୟ ସେବାଶ୍ରମ ପକ୍ଷରୁ ଆଜି ଏକ ଜଳଛତ୍ର ର ଆୟୋଜନ କରାଯାଇଥିଲା । ନିରାଶ୍ରୟ ସେବାଶ୍ରମ ର ସଭାପତି ମାନସ ରଞ୍ଜନ ପାଢ଼ୀ, ସମ୍ପାଦକ ସୁବାସ ଚନ୍ଦ୍ର ସାହୁ, ଜୟକୃଷ୍ଣ ସାହୁ, ତ୍ରିନାଥ ବେହେରା, କବିନ୍ଦ୍ର ନାୟକ, ସତ୍ୟଭୂଷଣ ନାୟକ, ବୈରାଗି ସାହୁ,ନାରାୟଣ ପ୍ରସାଦ, ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ସଭ୍ୟ ଙ୍କ ତତ୍ତ୍ଵାବଧାନରେ ପଥଚାରୀ ଓ ବାରଗାଦି ମେଳଣ ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦହିପଣା ବଣ୍ଟନ କରାଯାଇଥିଲା । ସେବାଶ୍ରମ ର ଏହି କାର୍ଯ୍ୟ କୁ ବିଭିନ୍ନ ମହଲ ରୁ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ