ଅଗ୍ନିକାଣ୍ଡ ବିପନ୍ନ ପରିବାରକୁ ବିଧାୟକଙ୍କ ସହାୟତା
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକ, କରସିଙ୍ଗ ପଞ୍ଚାୟତର ଉଦୟପୁର ଗ୍ରାମରେ ଗତ ମଇ ୧୫ ତାରିଖ ଦିନ ଅଗ୍ନିକାଣ୍ଡ ଘଟି ତିନି ପରିବାରର ଘର ପୋଡି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ଖବର ଜାଣିବା ପରେ ମଇ ୧୭ ତାରିଖ ଦିନ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦୟପୁର ଗ୍ରାମକୁ ଯାଇ ଘରପୋଡି କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ଭେଟି ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏଥିସହ ଖୁବ ଶୀଘ୍ର ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ । ବିଧାୟକଙ୍କ ସହ କରସିଙ୍ଗ ପଞ୍ଚାୟତ ସରପଞ୍ଚ ଜ୍ୟୋସ୍ନାରାଣୀ ବିଶ୍ବାଳ, ସମିତିସଭ୍ୟ ଚିକୁ ବାରିକ, ଜିତେନ୍ଦ୍ର କୁମାର ନାୟକ, ସୁରେନ୍ଦ୍ର ନାଥ ସେଠୀଙ୍କ ସମେତ ଗ୍ରାମବାସୀ ବୃନ୍ଦ ଘଟଣା ସ୍ଥଳକୁ ଯାଇଥିଲେ ।


