ବିଭିନ୍ନ ଶିଳ୍ପ ଗୁଡିକରେ ମହିଳା ମାନଙ୍କୁ ନିୟୋଜିତ କରିବା ପାଇଁ ଦାବି 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଞ୍ଚଳରେ କାର୍ଯ୍ୟକ୍ଷମ ଥିବା ବିଭିନ୍ନ ଶିଳ୍ପ ଗୁଡିକରେ ଗରିବ ଶ୍ରେଣୀର ମହିଳା ଶ୍ରମିକମାନଙ୍କୁ କାମ ଯୋଗାଇବା ନିମନ୍ତେ କଣମଣା ପଞ୍ଚାୟତର ଭଦ୍ରବ୍ୟକ୍ତିମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ସମାଜସେବୀ ଭାଗିରଥୀ ବେହେରାଙ୍କ ନେତୃତ୍ୱରେ ଆଇନଜୀବୀ ପି.ଧର୍ମା ରେଡ୍ଡୀ ଓ ଏନ୍‌. ୱାର୍ଦ୍ଧାରାଜୁଲୁ ରେଡ୍ଡି ପ୍ରମୁଖ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । କରୋନା ଲାଗି ପ୍ରାୟ ୨ ରୁ ୩ ବର୍ଷ ହେଲା ଗିରବ ଶ୍ରେଣୀର ପରିବାରଙ୍କ ଜୀବନ ଜୀବିକା ଉପରେ ପ୍ରବାହ ପଡିଛି । ବିଶେଷ କରି କଣମଣା ପଞ୍ଚାୟତର ଗରିବ ଶ୍ରେଣୀର ମହିଳାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବେଳେ ବେଳେ ଦୁଇଓଳା ଖାଇବା ଯୋଗାଡ କରିବା ସେମାନଙ୍କ ନିକଟରେ ସମ୍ଭବ ହେଉନାହିଁ । ଏଣୁ ପଞ୍ଚାୟତ ନିକଟରେ ଥିବା ବିଭିନ୍ନ କାରଖାନା ଗୁଡିକରେ ମହିଳା ଶ୍ରମିକମାନଙ୍କୁ ନିୟୋଜିତ କରାଗଲେ ସେମାନଙ୍କ ଜୀବନ ଜୀବିକା ସୁଧାର ଆସିପାରିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାରଖାନା ଗୁଡିକୁ ମହିଳାମାନଙ୍କୁ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଜାରି କରାଗଲେ ପଞ୍ଚାୟତର ଗରିବ ମହିଳାମାନେ ବେଶ୍ ଉପକୃତ ହୋଇପାରିବେ ଏବଂ ସେମାନଙ୍କ ପରିବାରକୁ ସଠିକ୍ ରାସ୍ତାରେ ନେଇ ପାରିବେ ବୋଲି ଜିଲ୍ଲାପାଳଙ୍କୁ ପ୍ରେରଣ କରାଯାଇଥିବା ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ