ମା’ମଙ୍ଗଳାଙ୍କ ମନ୍ଦିର ଓ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଇଛାପୁର (କନ୍ତିଆ)ସ୍ଥିତ ମା’ମଙ୍ଗଳାଙ୍କ ମନ୍ଦିର ଓ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭ ରେ ଗ୍ରାମ୍ୟ ପୁଷ୍କରିଣୀରୁ କଳସ ଅଣାଯାଇ ଗ୍ରାମ ପରିକ୍ରମା ପରେ ପୂଜା ମଣ୍ଡପକୁ ଅଣାଯାଇଥିଲା । ସୂର୍ଯ୍ୟପୂଜା, ଗୋପୂଜା, ମା’ମଙ୍ଗଳାଙ୍କ ପ୍ରତିଷ୍ଠ ପୂଜା ସମେତ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜକ ରାମ ଚନ୍ଦ୍ର ପଣ୍ଡା, ପାରା ପଣ୍ଡା, ପୀତବାସ ପଣ୍ଡା ପୂଜାକାର୍ଯ୍ୟ ସଂପାଦନ କରିଥିଲେ । ଘନଶ୍ୟାମ ବାରିକ, ସାବିତ୍ରୀ ବାରିକ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ । ସନ୍ଧ୍ୟାରେ ଭଜନ ଓ ନାମସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ପୂଜା କାର୍ଯ୍ୟରେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ I


