ବିଭିନ୍ନ ସ୍ଥାନରେ ‘ଆର୍ଟ ଅଫ ଗିଭିଂ’ ଦିବସ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ସାମାଜିକ ସଂଗଠନ ସି.ଏଫ.ଡବ୍ଲ୍ୟୁ.ଏସ୍.ଡି ସହଯୋଗରେ ବନ୍ତ ବ୍ଲକର ଗୋପିନାଥପୁର, ଆପ୍ତିରା, ବରହମପୁର, ସାହୁପଡା ଶିଶୁ ମନ୍ଦିର ଠାରେ ୭ମ ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ଦିବସ ପାଳନ ସଂପର୍କର ଅବଗତ କରାଯିିବା ସହିତ ବାର୍ତ୍ତା ହୋପ, ହାପିନେସ ଓ ହାରମୋନି ବିଷୟରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ବିଭିନ୍ନ ସ୍ଥାନରେ ଚାରାରୋପଣ, ଛାତ୍ରଛାତ୍ରୀ ମାନଙ୍କୁ କଲମ, ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ସାହୁପଡା ଶିଶୁ ମନ୍ଦିରରେ ପ୍ରଧାନ ଗୁରୁଜୀ ମାୟାଧର ଦାସ, ଗୁରୁମା ମମତା ମହାନ୍ତି, ରାଜଶ୍ରୀ ବେହେରା, ସୁମତୀ ସେଠୀ, ବରହମପୁରରେ ଅବସରପ୍ରାପ୍ତ ଶିକ୍ଷକ କୈଳାସ ଧଳ, ଶିକ୍ଷକ ରବିନ୍ଦ୍ର ଜେନା, ଜାନକୀବାଳା ଜେନା, ଗୋପିନାଥପୁରରେ ନୃସିଂହ ମହାନ୍ତି, ତୁଳସୀ ମହାନ୍ତି, ପ୍ରଦୀପ ଜେନା, ସୁଜାତା ଜେନାଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କିସ୍, କିଟ୍ର ମୁଖ୍ୟ ବିଶିଷ୍ଟ ସମାଜସେବୀ ତଥା ରାଜନେତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଦିବସ ପାଳନ କରାଯାଇଥିବା ସି.ଏଫ.ଡବ୍ଲ୍ୟୁ.ଏସ୍.ଡିର ସଂପାଦକ ପ୍ରକାଶ କରିଛନ୍ତି ।


