ନାବାଳିକା ଙ୍କୁ ବଳାତ୍କାର ଅଭିଯୋଗ ରେ ବିବାହିତ ଯୁବକ ଗିରଫ
ନିମାପଡା, (ସନ୍ତୋଷ ଦାଶ) :-ନିମାପଡା ଏନ୍ ଏ ସି ଅଞ୍ଚଳ ରେ ଜୈନିକା ନାବାଳିକା କୁ ବଳାତ୍କାର କରିବା ଅଭିଯୋଗ ରେ ତାର ସମ୍ପର୍କୀୟ ବିବାହିତ ଯୁବକ କୁ
ନିମାପଡା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁସାରେ ନାବାଳିକା ଏକୁଟିଆ ଘରେ ଥିବାବେଳେ ଅଭିଯୁକ୍ତ ତାଙ୍କ ଘରେ ପଶି ଭିତରୁ କବାଟ ଦେଇ ଜୋର ଜବରଦସ୍ତି ତାଙ୍କୁ ବଳାତ୍କାର କରିଥିଲେ ବୋଲି ନାବାଳିକା ଙ୍କ ମା ପୋଲିସ ରେ ଅଭିଯୋଗ କରିବାପରେ ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ନାବାଳିକା ର ଡାକ୍ତର ମାଇନା କରିଛି । ଗିରଫ ଯୁବକ ହେଉଛନ୍ତି ପାଟପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାକୁଡ ଓରଫ କୁନି । ଏ ସଂପର୍କ ରେ ନିମାପଡା ଥାନା ରେ ଦଫା ୩୪୧/୨୯୪/୩୭୬(୧)/୪୫୦/୫୦୬/୬ ପୋସ୍କୋ ଆଇନ ରେ ଏକ ମାମଲା ରୁଜୁ ହୋଇଥିବା କହିଛନ୍ତି ନିମାପଡା ଏସ ଡି ପି ଓ ଦେବାଶିଷ ମିଶ୍ର । ଏହି ଘଟଣା ସମଗ୍ର ନିମାପଡ଼ା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।