ଅବ୍ୟସ୍ଥା ଘେରରେ ନୂତନ ପ୍ରାଥମିକ ବିଦ୍ୟାଳୟ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଦମାଦୁଆ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ । ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠାରେ କାମରେ ଲାଗୁନାହିଁ । ଆଦିବାସୀ ଅଧ୍ୟୁଷିତ ପହାଡିଆ ଅଞ୍ଚଳର ଆଦିବାସୀ ପିଲାମାନେ ଶିକ୍ଷା ପାଇଁ ଆଗ୍ରହ ଥିବା ବେଳେ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟସ୍ଥାରେ ପଢି ରହିଛି । ସରକାରୀ ବିଦ୍ୟାଳୟ ଦମାଦୁଆ ପଞ୍ଚାୟତ ନିକଟସ୍ଥ କଲବା ବିଦ୍ୟାଳୟ ପାନୀୟ ଜଳଯୋଗାଣ ନଥିବା ହେତୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ କଲବା ଗ୍ରାମରେ ଗୋଟିଏ ନଳକୂପ ଉପରେ ନିର୍ଭର କରି ଥାନ୍ତି ଶିକ୍ଷକ ଓ ଛାତ୍ର ଛାତ୍ରୀ ବିଦ୍ୟାଳୟ ରୋଷେଇ କରିବା କୁ ଗଲେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ସହି ଭିତରୁ ଯାଇ ଆଣି ଥାନ୍ତି ରୋଷେଇକାରି । ସ୍କୁଲରେ ସୁରକ୍ଷା ପାଚେରୀ ନଥିବା ହେତୁ ଗାଇ ଗୋରୁ ବିଦ୍ୟାଳୟ ବାରଣ୍ଡାରେ ଆଡ୍ଡା ଜମାଇଥାନ୍ତି । ଯାହାରି ଫଳରେ ନାହିଁ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ଶିକ୍ଷକ ଓ ଛାତ୍ର ଛାତ୍ରୀ । ତେଣୁ ଉକ୍ତ ସ୍କୁଲର ଉନ୍ନତି କରଣ ପାଇଁ ଅଞ୍ଚଳର ବିଭିନ୍ନ ମହଲରେ ଦାବି ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ