ମୃତିକା ସୁରକ୍ଷା ପାଇଁ ଛାତ୍ରଙ୍କ ସାଇକେଲ ସଚେତନତା ଯାତ୍ରା : ପଶ୍ଚିମବଙ୍ଗର ସାହିଲଙ୍କୁ ବାଲେଶ୍ୱରରେ ସ୍ୱାଗତ

ବାଲେଶ୍ୱର, (ସରୋଜ ପଣ୍ଡା) :-ମୃତିକା ସୁରକ୍ଷାର ବାର୍ତ୍ତା ନେଇ ଗତ ୧ ତାରିଖରୁ ସାଇକେଲରେ ଦେଶ ଭ୍ରମଣରେ ବାହାରିଥିବା ପଶ୍ଚିମବଙ୍ଗର ଯୁବକ ସାହିଲ ଝାଙ୍କୁ ବାଲେଶ୍ୱରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସ୍ଥାନୀୟ ଫକୀର ମୋହନ ଗୋଲେଇଠାରେ ଯୁବ ସଂଗଠକ ବିକ୍ରମ ପଣ୍ଡା, ସାହିରୁଲ ହକ, ତୁଷାରକାନ୍ତି ତପସୀ, ଦୀନେଶ ଖଣ୍ଡେଲୱାଲ, ଚିନ୍ମୟ ବିଶ୍ୱାଳ, ସୋମେନ୍ଦ୍ର ଦାସ ପ୍ରମୁଖଙ୍କ ସମେତ ସହରର ବହୁ ଯୁବକ ଶ୍ରୀ ଝାଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ମୃତିକା ସୁରକ୍ଷା ନେଇ ତାଙ୍କର ଏହି ଦୀର୍ଘ ଯାତ୍ରାର ସଫଳତା କାମନା ସହ ଏହା ସାଧାରଣରେ ବେଶ ସଚେତନତା ସୃଷ୍ଟି କରିବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ । କୋଲକାତାରୁ ଶ୍ରୀ ଝା ୧ ତାରିଖରେ ବାହାରି ବିହାର, ଛତିଶଗଡ଼, ଦେବଗଡ଼ ଦେଇ ବାଲେଶ୍ୱରରେ ପହଞ୍ଚିଛନ୍ତି । ଅଦ୍ୟାବଧି ସେ ହଜାରେ କିଲୋମିଟର ଅତିକ୍ରମ କରିଥିବା ବେଳେ ଆଗାମୀ ଦିନରେ ଓଡ଼ିଶା ସମେତ ଦକ୍ଷିଣ ଭାରତର ଆନ୍ଧ୍ର, ତାମିଲନାଡ଼ୁ, କର୍ଣ୍ଣାଟକ ପ୍ରଭୃତି ରାଜ୍ୟରେ ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରିବେ । ମୋଟ ୩୨ ହଜାର କିଲୋମିଟର ଅତିକ୍ରମ ସହ ଲୋକଙ୍କୁ ସଚେତନ କରିବେ ବୋଲି ସେ ଶ୍ରୀ ଝା ସୂଚନା ଦେଇଛନ୍ତି । ସେ ଜଣେ ଦଶମ ଶ୍ରେଣୀ ଛାତ୍ର ଭାବେ ସେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ