ଜଗନ୍ନାଥ ମାର୍କେଟରେ ଟୋଟାଲ ଏନର୍ଜି ଲୁବ୍ରିକେଟର ସୋ ରୁମ୍ ଉଦଘାଟିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଦିନକୁ ଦିନ ଯାନବାହାନ ବୃଦ୍ଧି ପାଉଛି । ଏଥିପାଇଁ ଯାନବାହାନ ଭଲରେ ଚାଲିବା ପାଇଁ ତରଳ ତୈଳପଦାର୍ଥ ର ଆବଶ୍ୟକତା ରହିଛି । ଯାନବାହାନର ଚାହିଦା ଦେଖି ରାଇରଙ୍ଗପୁର ଜଗନ୍ନାଥ ମାର୍କେଟରେ ରଂଜନ ଟ୍ରାକ୍ଟର ପରିସରରେ ଟୋଟାଲ ଏନର୍ଜି ଲୁବ୍ରିକେଟ ସୋରୁମ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଟୋଟାଲ ଏନର୍ଜି ମାର୍କେଟିନ୍ଗ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର, ଓଡିଶା ମେନେଜର ବଳଭଦ୍ର ଶୁଭାଶିଷ ଦାସ ଯୋଗ ଦେଇଥିଲେ । ସମାଜସେବୀ ଉମାଶଙ୍କର ସାହୁ ଫିତାକାଟି ଶୁଭ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ବଳଭଦ୍ର କହିଥିଲେ ଟୋଟାଲ ନିର୍ଜିବ ଲୁବ୍ରିକେଟ ହେଉଛି ଏକ ଫ୍ରେଞ୍ଚ କମ୍ପାନୀ । ଏହା ସାରା ବିଶ୍ବରେ ଚତୁର୍ଥ ତୈଳ କମ୍ପାନୀ ଅଟେ ।ଏହା ଗୁଣବତ୍ତା ବଜାୟ ରଖିବାକୁ ଚେଷ୍ଟା କରେ । ଗ୍ରାହକଙ୍କ ଚାହିଦାକୁ କମ୍ପାନୀ ଗୁରୁତ୍ବ ଦିଏ । ରାଇରଙ୍ଗପୁରର ରଂଜନ ଟ୍ରାକ୍ଟର ସୋରୁମର ମାଲିକ ଯୁବ ସଫଳ ବ୍ୟବସାୟୀ ମୁକେଶ କୁମାରଙ୍କ ପ୍ରଚେଷ୍ଟା ଯୋଗୁଁ ରାଇରଙ୍ଗପୁରରେ ଏହି ସୋରୁମ ଖୋଲାଯାଇ ପାରିଛି । କରୋନା ପାଇଁ ଏହି ସୋରୁମ ଖୋଲା ହୋଇପାରିନଥିଲା । ଗତବର୍ଷ ମୁକେଶ କୁମାର ଟୋଟୋଲ ଇନର୍ଜ ଲୁବ୍ରିକେଟ ଅଧିକ ବିକ୍ରୟ କରିଥିଲେ ।ତାଙ୍କର ଗେରେଜ ମାଲିକ ଏବଂ ମେକାନିକ,ଡ୍ରାଇଭର ମାନଙ୍କ ସହ ଉତ୍ତମ ବ୍ୟବହାର ଓ ସଂପର୍କ ଯୋଗୁଁ ଏହି କମ୍ପାନୀର ନାମ ଏହି ଅଂଚଳରେ ଶୀର୍ଷରେ ଅଛି ।


