ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ୟୁଥ୍ ପାର୍ଲିଆମେଣ୍ଟ ଶିବିର
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ): ଛତ୍ରପୁରସ୍ଥିତ ଭିକାରୀପଲ୍ଲୀ ଗ୍ରାମ ପଞ୍ଚାୟତର ନୁଆପଲ୍ଲୀ ଗ୍ରାମଠାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ୟୁଥ୍ ପାର୍ଲିଆମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ବିଭିନ୍ନ ପଞ୍ଚାୟତର ଯୁବକ ଛାତ୍ର ମାନେ ଉପସ୍ଥିତ ରହି ଗ୍ରାମର ବିକାଶରେ ଯୁବକଙ୍କ ଭୁମିକା ତଥା ଯୁବକମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ କର୍ମଶାଳାରେ ପ୍ରାଧ୍ୟାପକ ଅମର ବିଷୟୀ, ସନାତନ ଚୈଧରୀ, ଜୀବନ ପାତ୍ର ପ୍ରଶୀକ୍ଷଣ ଦେଇଥିବା ବେଳେ ଗ୍ରାମ ଓ ସହରର ବିକାଶ ଦିଗରେ ଯୁବକଙ୍କ ଭୁମିକା ସମ୍ପର୍କିତ ଆଲୋଚନା ଚକ୍ରରେ ସାମାଜିକ କର୍ମୀ ସିମାଞ୍ଚଳ ନାହାକ, ପଙ୍କଜ କୁମାର ପାଣିଗ୍ରାହୀ, ରାଷ୍ଟ୍ରୀୟ ଯୁବ ସଂଗଠନର ସଂଯୋଜକ ରଞ୍ଜିତ ଦେହୁରୀ ପ୍ରମୁଖ ଏହି ଆଲୋଚନା ଚକ୍ରରେ ଯୋଗଦେଇ ଆଲୋକପାତ କରିଥିଲେ । ଏହା ସହ ଗ୍ରାମରେ ସ୍ୱଚ୍ଛତା ରକ୍ଷା ଆଦି ପ୍ରସଙ୍ଗକୁ ନେଇ ଯୁବକମାନେ ଜନସଚେତନତା ସୃଷ୍ଟି କରିବାପାଇଁ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଇଜୁ ଅମିନ ଖାଁ ପରିଚାଳନା କରିଥିବା ବେଳେ ପ୍ରଦିପ କୁମାର ନାହାକ ,ମାନସ ଗୈଡ, ମହେଶ ଗୈଡ, ଚନ୍ଦନ ନାୟକ, ରହନ ଗୈଡ , ରାକେଶ ଆଚାର୍ୟ୍ୟ, ଅବିଷେକ ପଟ୍ଟନାୟକ,ଓ କୃଷ୍ଣ ନାହାକ ପ୍ରମୁଖ ସହଯୋଗ କରିଥିଲେ ।


