କାକଟପୁର ଥାନାରେ ୧୨୬ ମାମଲା ରୁଜୁ : ୯୨ ଜଣ ଅଭିଯୁକ୍ତ ଗିରଫ

ନିମାପଡା, ( ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା କାକଟପୁର ଥାନାରେ ଗତ ନଭେମ୍ବର ମାସରୁ ଥାନା ନିରୀକ୍ଷକ ଭାବେ ପ୍ରିୟ ରଞ୍ଜନ ନାୟକଙ୍କ କାର୍ଯ୍ୟକାଳ ମଧ୍ୟରେ ରେକର୍ଡ ସଂଖ୍ୟକ ୧୨୬ ଟି ମାମଲା ରୁଜୁ ହୋଇଥିବାବେଳେ ବିଭିନ୍ନ ମାମଲାରେ ଜଡିତ ୯୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । କାକଟପୁର ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜର ରଖି ବିଭିନ୍ନ ମାମଲାକୁ ପୋଲିସ ଗମ୍ଭୀରତାର ସହ ନେଇ ୨୯ ଟି ଅବକାରୀ ମାମଲା ରୁଜୁ କରିଥିବାବେଳେ ୨୯ ଜଣ ଚୋରା ମଦ ମାଫିଆଙ୍କୁ ଗିରଫ କରିବା ସହିତ ୨୬୩ ଲିଟର ଚୋରା ମଦ ଜବତ କରିବାରେ ପୋଲିସ ସକ୍ଷମ ହୋଇଛି । ସେହିପରି ଦାଦାବଟି ମାଗି ଭୟ ସୃଷ୍ଟି କରୁଥିବା ଅପରାଧୀ ମାନଙ୍କ ମଧ୍ୟରୁ ଚାରି ଗୋଟି ମାମଲାରେ ୭ ଜଣଙ୍କୁ ଗିରଫ କରିଥିବାବେଳେ ବ୍ରାଉନସୁଗାର ବିକ୍ରି କରୁଥିବା ମାମଲାରେ ଜଣଙ୍କୁ ଗିରଫ କରିବାରେ ଆଇଆଇସି ଶ୍ରୀ ନାୟକ ସଫଳ ହୋଇଛନ୍ତି । ସେହିପରି ଚୋରୀ ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଗୋଟିଏ ସ୍କୁଟି ସହିତ ୩ ଗୋଟି ମୋବାଇଲ ଫୋନ ଜବତ କରିବାରେ ରେକର୍ଡ ସୃଷ୍ଟି କରିଛି କାକଟପୁର ପୋଲିସ। କାକଟପୁର ଥାନା ଅଞ୍ଚଳରୁ ୬ ଜଣ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଥିବାବେଳେ ଅପରାଧୀ ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । କାକଟପୁର ଥାନା ଅଞ୍ଚଳରେ ଦୈନିକ ରାତ୍ର ପେଟ୍ରୋଲିଂକୁ ଜୋରଦାର କରା ଯାଇଥିବାବେଳେ ଅପରାଧୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସାଧାରଣ ଲୋକଙ୍କୁ ଆଇନଗତ ପରାମର୍ଶ ଦେବାରେ କାକଟପୁର ଥାନା ଆଇଆଇସି ଶ୍ରୀ ନାୟକ ଉଲ୍ଲେଖନୀୟ ପ୍ରଶଂସା ସାଉଣ୍ଟୁଥିବାବେଳେ ରାଜନୈତିକ ପ୍ରୋତ୍ସାହନ ପାଇ ଅପରାଧ ଘଟାଉଥିବା ଅପରାଧୀଙ୍କୁ ଟାର୍ଗେଟ କରିଛି ପୋଲିସ । ଅନ୍ୟ ପକ୍ଷରେ ଆଇଆଇସିଙ୍କ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମକୁ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଭଣ୍ଡୁର କରୁଥିବାବେଳେ ପୋଲିସକୁ ଅଯଥା ବଦନାମ କରିବାକୁ ଚେଷ୍ଟା ଚଳାଇଛନ୍ତି ବୋଲି କାକଟପୁର ର ବୁଦ୍ଧିଜୀବୀ ମାନେ କ୍ଷୋଭର ସହିତ ପ୍ରକାଶ କରିଛନ୍ତି । ଗତ ପଞ୍ଚାୟତ ନିର୍ବାଚନକୁ ପୋଲିସ ସଫଳତାର ସହିତ ପରିଚାଳନା କରିଥିବାବେଳେ କାକଟପୁର ଥାନା ଦଲାଲମୁକ୍ତ ହୋଇପାରିଛି । ଏ ସଂକ୍ରାନ୍ତରେ କାକଟପୁର ଆଇଆଇସି ଶ୍ରୀ ନାୟକଙ୍କୁ ପଚାରିବାରେ ସେ କୁହନ୍ତି କାକଟପୁର ଥାନା ଅଞ୍ଚଳରେ ଅପରାଧୀ ଓ ଅଇନିଶୃଙ୍ଖଳା ପରିସ୍ଥିତିକୁ ନଜର ରଖି ପୋଲିସ ସଜାଗ ଅଛି । ସମସ୍ତ ମାମଲାରେ ଆଇନଗତ ଦିଗକୁ ତର୍ଜମା କରି ଉପଯୁକ୍ତ ପଦକ୍ଷେପ ନିଆଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ