ପାରାଦୀପ ସାକ୍ଷରତା ସମିତି ବୃଦ୍ଧାଶ୍ରମରେ ମାସିକ ଖାଦ୍ୟ ସାମଗ୍ରୀ ପ୍ରଦାନ

ପାରାଦୀପ, (ପୀତବାସ ପ୍ରଧାନ) :-କେନ୍ଦ୍ର ସରକାରଙ୍କ ବରିଷ୍ଠ କଲ୍ୟାଣ ଯୋଜନା ଅନ୍ତର୍ଗତ ବରିଷ୍ଟ ନାଗରିକମାନଙ୍କ କଲ୍ୟାଣ ନିମନ୍ତେ ପାରାଦୀପ ସାକ୍ଷରତା ସମିତି ପକ୍ଷରୁ ପାରାଦୀପ ଉପକଣ୍ଠ ବାଲିଝରା ଠାରେ ଥିବା ମାଆ ସନ୍ତୋଷୀ ଜରା ନିବାସଠାରେ ଏହାର ଅନ୍ତେବାସୀମାନଙ୍କୁ ମାସିକ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ମଙ୍ଗଳବାର ଦିନ ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ.୍‌ହରନାଦ, ଉପାଧ୍ୟକ୍ଷ ଏ.କେ.ବୋଷ୍‌, ସଚୀବ ଡ.ପି.ଏନ୍‌.ବାହେକର୍ , ସାକ୍ଷରତା ସମିତିର ଉପାଧ୍ୟକ୍ଷ ଦିପକ ରଥ ପ୍ରମୁଖଙ୍କ ଉପସ୍ଥିତିରେ ଜରା ନିବାସର ଅନ୍ତେବାସୀଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା । ପାରାଦୀପ ବନ୍ଦର ଏହାର ସାମାଜିକ ଦାୟିତ୍ୱବୋଧ ଅଧିନରେ ଏହି ବରିଷ୍ଠ କଲ୍ୟାଣ ଯୋଜନା କାର୍ଯ୍ୟକ୍ରମକୁ ଅର୍ଥ ପ୍ରଦାନ କରାଯାଉଛି । ନିକଟରେ ମାନ୍ୟବର କେନ୍ଦ୍ର ବନ୍ଦର,ଜାହାଜ ଚଳାଚଳ, ଜଳମାର୍ଗ ଓ ଆୟୁଷ ବିଭାଗ ମନ୍ତ୍ରୀଙ୍କ ପାରାଦୀପ ଗସ୍ତ ସମୟରେ ଏହି ଜରାନିବାସର ଅନ୍ତେବାସୀଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା । ଏହି ଜରାନିବାସର ଅନ୍ତେବାସୀଙ୍କୁ ଆଗାମୀ ଏକ ବର୍ଷ ନିମନ୍ତେ ପ୍ରତ୍ୟେକ ମାସରେ ରାସନ ସାମଗ୍ରୀ ପ୍ରଦାନ କରାଯିବ ବୋଲି ବନ୍ଦର ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ