ଚମାଖଣ୍ଡି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଜନ ଆରୋଗ୍ୟ ସମିତିର ପ୍ରଥମ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଚମାଖଣ୍ଡି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଜନଆରୋଗ୍ୟ ସମିତି ର ପ୍ରଥମ ବୈଠକ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚମାଖଣ୍ଡି ଗ୍ରାମପଞ୍ଚାୟତ ସରପଞ୍ଚ ସିଏଚ. ମନୋଜ କୁମାର ରେଡ୍ଡୀ ଅଧ୍ୟକ୍ଷତା କରି ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନିମନ୍ତେ ସେ ପରାମର୍ଶ ଦେବା ସହି କେନ୍ଦ୍ରର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଚମାଖଣ୍ଡି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଅଧିକାରୀ କିରଣ କୁମାର ପଣ୍ଡା ଗତ ବୈଠକର ପୂର୍ବବିବରଣୀ ପାଠ କରିବା ସହ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟ ସେବା ସଂପର୍କରେ ଆଲୋକପାତ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତର ସରପଞ୍ଚ ଏସ.ସଂଜୀବ ରେଡ୍ଡୀ, ଚମାଖଣ୍ଡି ପିଇଓ ସନ୍ତୋଷ ବେହେରା, ଗାଁକଲ୍ୟଣ ସମିତିର ସଭାନେତ୍ରୀ ରୀନା ଦାସ, ମୁନିସିପେଣ୍ଠ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ସିମାଞ୍ଚଳ ପ୍ରଧାନଙ୍କ ସମେତ କମିଟିର ଅନ୍ୟାନ୍ୟ ସଭ୍ୟ ଓ ସଭ୍ୟା ମାନେ ଉପସ୍ଥିତ ରହି ନିଜ ନିଜ ମତରଖିଥିଲେ ।