ପାରଳାର ତିନି ରଥ ନିର୍ମାଣ ପାଇଁ ପ୍ରସ୍ତୁତି ଜୋରଦାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ପବିତ୍ର ରଥ ଯାତ୍ରା ଲାଗି ତିନି ରଥ ପ୍ରସ୍ତୁତି ଜୋରଦାରରେ କରାଯାଉଥିବାର ଦେଖିବାକୁ ମିଳିଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପ୍ରସିଦ୍ଧ ରଥଯାତ୍ରା କୋଭିଡ କଟକଣା ଲାଗି ୨ବର୍ଷ ବନ୍ଦ ଥିବା ବେଳେ ଚଳିତ ବର୍ଷ ପାରମ୍ପାରିକ ରୀତିନୀତି ଅନୁଯାଇ ଅନୁଷ୍ଠିତ ହେବାକୁ ଯାଉଛି । ଜୁଲାଇ ୧ରେ ହେବାକୁ ଥିବା ରଥଯାତ୍ରା ପାଇଁ ପ୍ରଶାସନ ମଧ୍ୟ ଅଣ୍ଟାଭିଡି ପ୍ରସ୍ତୁତି ବୈଠକରେ ନିର୍ଣ୍ଣୟ କରିଛି । ସେହିପରି ରଥ ନିର୍ମାଣକାରୀ ଦଳ ତଥା ମହାରଣାମାନେ ନିଜ ନିଜ କାର୍ଯ୍ୟ ଆରମ୍ଭ କରିଥିବାର ଦେଖିବାକୁ ମିଳିଛି । ସେପଟେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ଲାଗି ଫାଉଣ୍ଡେସନ କାମ ମଧ୍ୟ ପ୍ରାୟ ସମାପନ ଅବସ୍ଥାରେ । ଏଭଳି ସ୍ଥଳେ ଜଗନ୍ନାଥ ଭକ୍ତ ଓ ଶ୍ରଦ୍ଧାଳୁମାନେ ଚଳିତ ବର୍ଷ ରଥଯାତ୍ରାକୁ ବହୁ ଆଡମ୍ବର ସକାରେ ପାଳିବାପାଇଁ ପ୍ରସ୍ତୁତ ହୋଇଥିବାର ଜଣାପଡିଛି । ୩ରଥର କାଠ ଗୁଡିକୁ ବାହାର କରାଯାଇ ଚକ ଅଖକୁ ପରଖା ଯାଉଥିବା ବେଳେ ଆବଶ୍ୟକ ହେଉଥିବା ନୂତନ କାଠ ଲାଗି ସଂଗ୍ରହ କରାଯାଉଥିବାର ଜଣାପଡିଛି । ଏଥିଲାଗି ରାଜଦାଣ୍ଡରେ ଦେଖଣାହାରିଙ୍କ ଭିଡ ଜମୁଥିବାର ମଧ୍ୟ ଲକ୍ଷ୍ୟ କରାଯାଇଛି ।


