ରାଇଫଙ୍କା ଠାରେ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ରାଇଫଙ୍କା ପଞ୍ଚାୟତରେ ମାଁ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ପାଇଁ ୨୧ ଟି କଳସ ଧରି ଅନୁଷ୍ଠିତ ହୋଇଥିଲା ଯାତ୍ରା । ପ୍ରାୟ ବହୁ ମହିଳା ନୂଆ ଲୁଗା ପିନ୍ଧି ପୂଜା ଅର୍ଚ୍ଚନା କରି ୨୧ଟି କଳସ ଜଳଧରି ପଟୁଆରରେ ସାହି ସାହି ବାହାରି ପରିକ୍ରମା କରିଥିଲେ । ମାଁ ଠାକୁରାଣୀ ମନ୍ଦିର ମଣ୍ଡପ ଠାରେ ପହଞ୍ଚି ଥିଲେ ଦୀପ ଜାଳି ଅଙ୍କୁର ପୂଜା କରାଯାଇଥିଲା । ମୁଖ୍ୟ ପୁରୋହିତ ଅଭି ମହାପାତ୍ର କର୍ତ୍ତା ଭାବରେ ବିଜୟ କୁମାର ଘଡେଇ, ମୁଖ୍ୟ କାରିଗର ସନ୍ତାଷ ଦଳେଇ, ରାଇଫଙ୍କା ଗ୍ରାମ ବାସୀ ସହଯୋଗ କରିଥିଲେ । ଶଙ୍କର ପାତ୍ର, ଅମୂଲ୍ୟ ପଟ୍ଟନାୟକ, ପ୍ରଭିଣ ପଟ୍ଟନାୟକ ଅଭି ଦଣ୍ଡସେନା, ଉଲ୍ଲାସ ବିଷୋଇ, ନରସିଂହ ସାହୁ, ରମାକାନ୍ତ ବେହେରା, ନଳାଘାଟ, ମାଣ୍ଡିମେରା, ବାଲିବନନ୍ଧ,ରାୟଗଡା ଜିଲ୍ଲା ଗ୍ରାମ, ନାରାୟଣପୁରୁ,ଡୁମ୍ବୁଳାପଦର,ନୂଆଗଡ ଆଦି ଅଞ୍ଚଳର ଲୋକେ ମାଁ ଙ୍କୁ ଦର୍ଶନ କରିବାକୁ ଆସି ଥିଲେ। ଏହି ଯାତ୍ରାପାଇଁ ସମଗ୍ର ରାଇପଙ୍କା ଅଞ୍ଚଳ ଚଳଚଞ୍ଚଳ ହୋଇଥିବାର ଦେଖିବାକୁ ମିଳିଥିଲା ।


