ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ଉଦ୍ୟୋଗୀ ଓ ସ୍ୱାବଲମ୍ବୀ ଲକ୍ଷ୍ୟରେ ସରକାରଙ୍କ ଉଦ୍ୟମ

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-ଜିଲ୍ଲା ଶିଳ୍ପ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ସରକାରଙ୍କ ରୋଜଗାର ସମ୍ବନ୍ଧୀୟ ବିଭିନ୍ନ ଯୋଜନା ନେଇ ଜିଲ୍ଲାର ସମସ୍ତ ବ୍ଲକ ଏବଂ ଗ୍ରାମ ପଞ୍ଚାୟତ ଗୁଡିକରେ ଶିବିର ଆୟୋଜନ କାର୍ଯ୍ୟକ୍ରମ ଜାରି ରଖିଛି । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳରେ ରହୁଥିବା ବେକାରୀ ଯୁବକ ଯୁବତୀ ଏସବୁ ଯୋଜନାରେ ସାମିଲ ହୋଇ ରୋଜଗାର କରି କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ ସଚେତନତା ସୃଷ୍ଟି କରିବା ସହିତ ଯୋଜନାର ବିଭିନ୍ନ ସ୍କିମ୍ ଉପରେ ବିସ୍ତୃତ ବିବରଣୀ ପ୍ରଦାନର ପ୍ରୟାସ ଜାରି ରହିଛି । ବେକାରୀ ସମସ୍ୟା ଦୂରୀକରଣ ସହ ଦାଦନ ସମସ୍ୟାକୁ ପ୍ରତିହତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ସୂଚନା ଦେଉଛନ୍ତି । ପ୍ରଧାନ ମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ (ପିଏମ୍ଇଜିପି) ଏବଂ ପ୍ରଧାନ ମନ୍ତ୍ରୀ ଅତି କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟା କରଣ ବୈଧ୍ଵକରଣ ଯୋଜନା(ପିଏମ୍ଏଫ୍ଏମ୍ଇ) ଭାରତ ସରକାର ଙ୍କର ଏହା ଏକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ଅଭିନବ ଯୋଜନା । ସାରା ଦେଶରେ ଏହି ଯୋଜନା ମାଧ୍ୟମରେ ଅନେକ ଶିକ୍ଷିତ ଯୁବକ ଯୁବତୀ ନିଜେ ରୋଜଗାର କ୍ଷମ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରି ରୋଜଗାରର ଏକ ଅବସର ପ୍ରଦାନ କରିଥାନ୍ତି । ଏହି ଯୋଜନାର ଲାଭ ଉଠାଇବା ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ନାହିଁ । ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଯେକୌଣସି ୧୮ ବର୍ଷରୁ ଅଧିକ ବୟସ୍କ ଯୁବକ ଯୁବତୀ ମାନେ ନିଜନିଜ ପସନ୍ଦ ଅନୁସାରେ ଆର୍ଥିକ ସହାୟତା ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ରକୁ ଆବେଦନ କରିପାରିବେ।ଏହି ସବୁ ଯୋଜନାରେ ୫ ପ୍ରତିଶତ ରାଶି ପ୍ରଥମେ ପୈଠ କରୁବାକୁ ପଡିଥାଏ।ଏଥିରେ ୩୫ ପ୍ରତିଶତ ରିହାତି ଥିବା ବେଳେ ୬୦ ପ୍ରତିଶତ ଋଣ ଶୁଝିବାକୁ ପଡିଥାଏ । କଳାହାଣ୍ଡି ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏହି ବିଭାଗର ଅଧିକାରୀ ଓ କର୍ମଚାରୀ ଜିଲ୍ଲାର ସମସ୍ତ ଅଞ୍ଚଳରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ