ଗାଁ କଲ୍ୟାଣ ସମିତି ଦ୍ୱାରା ଡ୍ରେନ ଏବଂ ଗ୍ରାମ ରାସ୍ତା ସଫେଇ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବଡଗୋଷାଣୀ ଗ୍ରାମ ପଞ୍ଚାୟତ ଜଙ୍ଗଲପାଡୁ ଗ୍ରାମଠାରେ ଗାଁ କଲ୍ୟାଣ ସମିତି ତରଫରୁ ଗ୍ରାମର ସମସ୍ତ ଡ୍ରେନ ରାସ୍ତା ସବୁ ସଫା କରିଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ ବଡ ଗୋଷାଣୀ ସରପଞ୍ଚ ବି. ମୋହନ ରାଓ, ୱାର୍ଡ ମେମ୍ବର ରାଉତ ଭୀମୁଡୁ, ଆଶା ଦିଦି ସରୋଜିନି ପାତ୍ର ଏବଂ ଗାଁ କଲ୍ୟାଣ ସମିତି ମେମ୍ବର ଉପସ୍ଥିତ ରହି ବିଭିନ୍ନ ଡ୍ରେନ ନିଜେ ନିଜେ ସଫେଇ କରିଥିବା ବେଳେ ଗ୍ରାମଦାଣ୍ଡ ରାସ୍ତା ମଧ୍ୟ ସଫେଇ କରିଥିଲେ । ତତ୍ ସହିତି ଗ୍ରାମବାସୀ ମାନଙ୍କୁ ଏଣେ ତେଣେ ମଇଳା ବା ଆବର୍ଜନା ନ ପକାଇ ଡଷ୍ଟବିନ୍‌ରେ ପକାଇବା ଏବଂ ଆବର୍ଜନା ଗୁଡିକୁ ଗାଁ ଦାଣ୍ଡରେ ନ ପକାଇବା ପାଇଁ ସଚେତନତା କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମକୁ ନେଇ ଗ୍ରାମବାସୀମାନେ ଭୂୟସୀ ପ୍ରଶଂସା କରିବା ସହ ସଚେତିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ