ମା ଭଗବତୀଙ୍କ ପୀଠରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ

କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-କୋଣାର୍କ କିନ୍ନର ସଙ୍ଘ ପକ୍ଷରୁ ସବିତ୍ରୀ ବ୍ରତ ପାଳନ କରାଯାଇଥିବା ଦେଖିବାକୁ ମିଳିଛି | କିନ୍ନର ମାନେ ନିଜ ଗୁରୁଙ୍କ ଆୟୁଷ ବୃଦ୍ଧି ଓ ନିରୋଗ କାମନା କରି ପୂଜାର୍ଚନା କରିବା ସହ ବ୍ରତ ଧାରଣ କରିଥିଲେ | ଏନେଇ କୋଣାର୍କ କିନ୍ନର ସଙ୍ଘ ପକ୍ଷରୁ ମା ଭଗବତୀଙ୍କ ପାଖରେ ପୂଜା କରାଯାଇଥିବା ଜଣାପଡ଼ିଛି | ସୂଚନା ରୁ ଜଣାପଡେକି କୋଣାର୍କ କିନ୍ନର ସଙ୍ଘ ପକ୍ଷରୁ ସାବିତ୍ରୀବ୍ରତ ନିରାଡ଼ମ୍ବର ପୁର୍ଣ ପାଳନ କରାଯାଇଅଛି | ହିନ୍ଦୁ ଧର୍ମର ସଧବା ସ୍ତ୍ରୀ ମାନେ ନିଜ ସ୍ୱାମୀଙ୍କ ଦୀର୍ଘଜୀବନ କାମନା ସହ ପରିବାର ର ମଙ୍ଗଳକାମନା ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି | ସେହିପରି କିନ୍ନର ମାନେ ନିଜ ଗୁରୁଙ୍କ ଦୀର୍ଘଜୀବନ କାମନା କରି ଏହି ପର୍ବକୁ ପାଳନ କରି ଥାନ୍ତି | ଯେତେବେଳେ କିନ୍ନର ମାନେ ସମାଜରୁ ଅବହେଳିତ ହୋଇ ନିଜ ପରିବାରରୁ ବାହାରି ନିଜର ସ୍ୱତନ୍ତ୍ର ପରିବେଶକୁ ଆପଣେଇ ଥାନ୍ତି ସେତେବେଳେ କେହିନାକେହି ଆପଣାର କରିଥାନ୍ତି | ଆପଣାର କରିଥିବା ବ୍ୟକ୍ତି ହିଁ ସେମାନଙ୍କର ଗୁରୁ ଅଟନ୍ତି | ନିଜ ଗୁରୁଙ୍କ ଦୀର୍ଘ ଜୀବନ ସହ ମଙ୍ଗଳକାମନା କରି କିନ୍ନର ମାନେ ସାବିତ୍ରୀ ବ୍ରତ ରଖିଥାନ୍ତି | ସଧବା ସ୍ତ୍ରୀ ପରି କିନ୍ନର ମାନେ ଫଳମୁଳ ସହିତ ସିନ୍ଦୁର, ଚୁଡ଼ି ଓ ବ୍ରତ ନେଇ ଠାକୁରଙ୍କ ପାଖରେ ସମର୍ପଣ କରି ପରିଧାନ କରିଥାନ୍ତି | ଗୁରୁଙ୍କ ମଙ୍ଗକ କାମନା କରିବା ସହ ନିଜେ ପାଇଥିବା ଜନ୍ମରୁ ମୁକ୍ତି ପାଇବାପାଇଁ ଗୁହାରୀ କରିଥାନ୍ତି | ସାବିତ୍ରୀବ୍ରତ ଅବସରରେ କୋଣାର୍କ କିନ୍ନର ସଙ୍ଘ ର ମୁଖ୍ୟ ଦୀପା କିନ୍ନରଙ୍କ ତତ୍ଵାବୋଧନରେ ପାୟଲ, ଶ୍ରଦ୍ଧା, ଶାନ୍ତି, ସୁକାନ୍ତି ମୁସ୍କାନ, ସନ୍ଧ୍ୟା, ପ୍ରଶାନ୍ତି, ଗାୟତ୍ରୀ, ଶିବାନୀ କିନ୍ନର ମାନେ ମନ୍ଦିର ଯାଇ ପୂଜାର୍ଚନା କରିବା ସହ ବ୍ରତ ପାଳନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ