ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ତୃତୀୟ ବୈଠକ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା, ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ତୃତୀୟ ବୈଠକ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଙ୍କ ସଭାପତିତ୍ୱରେ ମଇ ୩୧ ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି । ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ସ୍ୱାଗତ ଭାଷଣ ପ୍ରଦାନ ସହ ଆଲୋଚନା ହେବାକୁ ଥିବା ଏଜେଣ୍ଡା ବିଷୟ ଉପସ୍ଥାପନ କରିଥିଲେ । ଏହି ବୈଠକରେ ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀଙ୍କ ସମେତ ବିଧାୟକଙ୍କ ପ୍ରତିନିଧି କେ.ତ୍ରିଲୋଚନ ଦୋରା ଓ ସମସ୍ତ କାଉନସିଲର ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପାନୀୟ ଜଳଯୋଗାଣ ସମସ୍ୟା ନେଇ ବାଘୁଆ ଜଳ ଭଣ୍ଡାରରୁ ଜଳ ଯୋଗାଣ, ମାଛ ମାର୍କେଟ ନିର୍ମାଣ, ପ୍ରତ୍ୟେକ ୱାର୍ଡର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ବସଷ୍ଟାଣ୍ଡ ନିକଟରେ ଜିମନାସିୟମ ନିର୍ମାଣ, ବିରଞ୍ଚିନାରାୟଣ ମନ୍ଦିରର ଉନ୍ନତି କରଣ ପାଇଁ ଦେବୋତ୍ତର ବିଭାଗର ସହମତି ପ୍ରଦାନ କରିବା ପ୍ରଭୃତି ବିଷୟ ନେଇ ଆଲୋଚନା ହୋଇଥିଲା । ଏନଏସି ର କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ