ଅବସର କାଳୀନ ସମ୍ବର୍ଦ୍ଧନା ସଭା
ନିମାପଡା, (ସନ୍ତୋଷ ଦାଶ ) :-ନିମାପଡ଼ା ବ୍ଲକ ଚାରିଛକ ଠାରେ ଥିବା ନିଗମାନନ୍ଦ ମହିଳା କଲେଜ ର ଅଧ୍ୟକ୍ଷା କଲ୍ୟାଣୀ ପଟ୍ଟନାୟକ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆଜି କଲେଜ ପରିସରରେ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପିକା ସ୍ଵର୍ଣ୍ଣ ରଶ୍ମି ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ବର୍ଧନା ସଭା ରେ ପ୍ରାକ୍ତନ ଅଧକ୍ଷ ଗୋପୀନାଥ କର, ସନ୍ତୋଷ ମିତ୍ର , ପ୍ରଭାତ ମିଶ୍ର, ଶାନ୍ତିଲତା ସେନାପତି, ପୁଷ୍ପାମିତ୍ର ପଟ୍ଟନାୟକ, ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ, ସନାତନ ପାତ୍ର , ପ୍ରଭାତ ଦାସ , ଅଭିମନ୍ୟୁ ପଣ୍ଡା ,ବସନ୍ତ ପାତ୍ର, ଲକ୍ଷ୍ମୀଧର ନାୟକ, ପୂର୍ଣ୍ଣଚନ୍ଦ୍ର ଓଝା , ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ନାୟକ, କେଦାର ନାଥ ସାହୁ, ପ୍ରମୁଖ ଯୋଗ ଦେଇ ଶ୍ରୀମତୀ ପଟ୍ଟନାୟକ ଙ୍କ କର୍ମମୟ ଜୀବନ ସଂପର୍କ ରେ ଆଲୋକପାତ କରିଥିଲେ । ଏହି ଅବସରରେ ଶ୍ରୀମତୀ ପଟ୍ଟନାୟକ ଙ୍କୁ ଉପଢୌକନ ଓ ଫୁଲତୋଡା ଦେଇ ସମ୍ମାନିତ କରାଯାଇଥିଲା । ବିଗତ ଚାରି ବର୍ଷ ମଧ୍ୟରେ ଶ୍ରୀମତୀ ପଟ୍ଟନାୟକ ଅଧ୍ୟକ୍ଷା ଥିବା ବେଳେ ଏହି କଲେଜ ରେ ବାଣିଜ୍ୟ ବିଜ୍ଞାନ ବିଭାଗ ଖୋଲିବା ସହିତ ୨୫୦୦ ରୁ ଉର୍ଦ୍ଧ ଛାତ୍ରୀ ଏହି କଲେଜରେ ଅଧ୍ୟୟନ କରାଇବାରେ ତାଙ୍କର ଉଦ୍ୟମ ସ୍ମରଣୀୟ ବୋଲି ବକ୍ତା ମାନେ କହିଥିଲେ ।


