‘ଅମେଗା ହାର୍ଟ ରିଦିମ କ୍ଲିନିକ’ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱରର ଅନ୍ୟତମ ଘରୋଇ ଚିକିତ୍ସା ସଂସ୍ଥା ‘ଅମେଗା ହାର୍ଟ ରିଦିମ କ୍ଲିନିକ’ ପକ୍ଷରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ତଥା ଚିକିତ୍ସା ଶିବିର ସ୍ଥାନୀୟ କପିଳମୁନି ବୃଦ୍ଧାଶ୍ରମ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କ୍ଲିନିକର ମୁଖ୍ୟ ଡାକ୍ତର ମିଲନ କୁମାର ଘଡ଼େଇ ଆଶ୍ରମ ଅନ୍ତେବାସୀଙ୍କର ହାର୍ଟବିଟ୍‌, ଏପବିଏସ, ଏସଇ, ଇସିଜି ପ୍ରଭୃତି ଏକାଧିକ ପରୀକ୍ଷା କରି ଔଷଧ ପ୍ରଦାନ ସହ ଦୈନନ୍ଦିନ ଜୀବନଚର୍ଯ୍ୟା ସମ୍ପର୍କରେ ପରାମର୍ଶ ଦେଇଥିଲେ । ଦିଲୀପ ବେହେରା, ସପନ କୁମାର ଘଡ଼େଇ, ସୁଧାଂଶୁ ଶେଖର ବେହେରା, ରଶ୍ମିତା ପ୍ରଧାନ, କଳ୍ପନା ମଲିକ, ଋତୁପର୍ଣ୍ଣା ପାତ୍ର, ସୂରଜ କୁମାର ସାହୁ, ମନୋଭିରାମ ବେହେରା ପ୍ରମୁଖ କ୍ଲିନିକ ଷ୍ଟାଫ ଏଥିରେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଆଶ୍ରମରେ ରହୁଥିବା ୧୫ ଜଣ ଅନ୍ତେବାସୀଙ୍କ୍ରୁ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ନିୟମିତ ବ୍ୟବଧାନରେ ଏହିଭଳି କ୍ୟାମ୍ପ ଆୟୋଜନ କରାଯିବ ବୋଲି ଡାକ୍ତର ଘଡ଼େଇ ସୂଚନା ଦେଇଛନ୍ତି । ଜୀବନର ଉପାନ୍ତ ବୟସରେ ପରିବାରଠାରୁ ଦୂରରେ ରହୁଥିବା ଏହି ବର୍ଷୀୟାନ ବ୍ୟକ୍ତିଙ୍କୁ ଉଚିତ ସେବା ପ୍ରଦାନର ଆଭିମୁଖ୍ୟ ନେଇ ଅମେଗା ହାର୍ଟ ରିଦିମ କ୍ଲିନିକ ଏହି କ୍ୟାମ୍ପ ଆୟୋଜନ କରିଥିବା ସେ ସୂଚନା ଦେଇଛନ୍ତି । କ୍ଲିନିକର ଏହି ମହାନତା କାର୍ଯ୍ୟକୁ ନେଇ ଆନ୍ତେବାସୀମାନେ ବେଶ ସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଡାକ୍ତର ଘଡ଼େଇ ଓ ତାଙ୍କ ଟିମର ଏତାଦୃଶ ସେବାମୂଳକ କାର୍ଯ୍ୟକୁ ଆଶ୍ରମ ପ୍ରତିଷ୍ଠାତା ଓ ପରିଚାଳନା ମୁଖ୍ୟ ଭୂୟସୀ ପ୍ରଶଂସା କରିବା ସହ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ