ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ପ୍ରଶିକ୍ଷଣ କର୍ମଶାଳା : ସ୍ଥାନାଭାବ ଯୋଗୁଁ ଅସନ୍ତୋଷ 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟଙ୍କ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ହେଉଥିବା ଯୋଜନା ଗୁଡିକ କିପରି ପଞ୍ଚାୟତ ମାନଙ୍କରେ ସଫଳ ରୁପାୟନ ହୋଇପାରିବ ସେନେଇ ଭିଡିଓ କନଫେରନସି ମାଧ୍ୟମରେ ପ୍ରଶିକ୍ଷଣ ଦିଆ ଯାଇ ଥିଲା । ୩୧ଟି ଯାକ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ମାନଙ୍କୁ ଏହି କର୍ମଶାଳାକୁ ଡକାଯାଇ ଥିବାବେଳେ କନଫେରନସ ହଲରେ ମାତ୍ର ୧୦/୧୫ଜଣ ଭଳି ଲୋକ ବସିପାରିବାର କ୍ଷମତା ଥିବାଯୋଗୁଁ ସଦସ୍ୟ ମାନଙ୍କ ଭିତରେ ତୀବ୍ର ଅସନ୍ତୋେ ପ୍ରକାଶ ପାଇଥିଲା । ଏପରିକି ସରପଞ୍ଚ ଓ ସଭ୍ୟମାନେ ବାହାରକୁ ଆସି ବିଡିଓଙ୍କ ନିକଟରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ବସିବାପାଇଁ ସ୍ଥାନ ନଥିବା ଏକ ଗୋଟିଏ ଛୋଟ ଘରେ ଏପରି କାର୍ଯ୍ୟକ୍ରମ କରିବା କେତେଦୁର ଯଥାର୍ଥ ବୋଲି ସେମାନେ ପ୍ରଶ୍ନ କରି ଥିଲେ । ଏହାକୁନେଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି କର୍ମଶାଳାରେ ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସରପଞ୍ଚ ପ୍ରଶାନ୍ତ ରାଉତ, ହରିଶ୍ଚନ୍ଦ୍ର ଜେନା, ହେମଲତା ବେହେରା, ଅନୁରାଧା ମହାପାତ୍ର, ସୁମିତ୍ରା ଯେନା, ରମାକାନ୍ତ ନାୟକ, ଘନଶ୍ୟାମ ମଲ୍ଲିକ,  ଅଜିତ ରାଉତ, ସମିତିସଭ୍ୟ ଅନିରୁଦ୍ଧ ବେହେରା, ଜ୍ଞାନେନ୍ଦ୍ର ମହାପାତ୍ର, ଜଗଦାନନ୍ଦ ଯେନା, ଦେବବ୍ରତ ବେହେରା, ଦିବ୍ୟ ରଞ୍ଜନ ଯେନାଙ୍କ ସମେତ ସମସ୍ତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ