ଗଞ୍ଜାମ ଏନ ଏ ସି ରେ ପ୍ରଥମ ସାଧାରଣ ଅଧିବେଶନ ଅନୁଷ୍ଠିତ

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ସାଧାରଣ ଅଧିବେଶନ ଏନ ଏସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏନ ଏ ସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଙ୍କ ପୌରହିତ୍ୟିରେ ରେ ଏହି ବୈଠକରେ ଏନ ଏ ସି କାର୍ଯ୍ୟନିର୍ବାହୀ ଦାୟିତ୍ୱରେ ରହିଥିବା ତହସିଲଦାର ଅରୁଣ କୁମାର ନାୟକ , ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକ ମଞ୍ଚାସିନ ଥିଲେ । ଏହି ଅବସରରେ ଆଗକୁ ବର୍ଷାଦିନ ଆସୁଥିବାରୁ ବିଭିନ୍ନ ୱାର୍ଡର ଡ୍ରେନର ପୁନରୁଦ୍ଧାର, ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା, ବସ୍ତିର ଉନ୍ନତି କରଣ, ମିନିପାର୍କ ବିଦ୍ୟୁତ କରଣ, ଚାରାରୋପଣ, ସେଲ୍ଫି ପଏଣ୍ଟ ନିର୍ମାଣ, ପ୍ରକୃତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ରାସନ କାର୍ଡ ଯୋଗାଇଦେବା, ବସ୍ତି ବାସିନ୍ଦା ଙ୍କୁ ପକ୍କା ଗୃହ ଯୋଗାଇଦେବା, ବ୍ୟବସ୍ଥା, ଏନ ଏ ସି କାର୍ଯ୍ୟାଳୟର ନୂତନ ଅଫିସ ନିର୍ମାଣ ପାଇଁ ଏକ ଲକ୍ଷ ୪୧ ହଜାର ଟଙ୍କାର ବ୍ୟୟଅଟକଳ କାର୍ଯ୍ୟକାରୀ କରିବା, ପୋଖରୀ ମାନଙ୍କ ପୁନଃରୁଦ୍ଧା ସହ ସୌନ୍ଧର୍ଯ୍ୟକରଣ ଏବଂ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇ କାର୍ଯ୍ୟକାରୀ କରିବାକୁ ଗୃହୀତ ହୋଇଥିଲା । ଅଧ ପାନ୍ତରିଆ ପ୍ରକଳ୍ପ ଗୁଡିକର ୨ ମାସ ମଧ୍ୟରେ ସମ୍ପୂର୍ଣ କରିବେ ନଚେତ ଠିକାଦାର ଙ୍କୁ ବ୍ଲାକ ଲିଷ୍ଟରେ ସାମିଲ କରି କାର୍ଯ୍ୟାଦେଶ ପ୍ରତ୍ୟାହାର ନେଇ ନିଷ୍ପତି ଗ୍ରହଣ କରାଯାଇଥିଲା। ପରିମଳରେ ଆବଶ୍ୟକ ଠାରୁ କମ ସୁପରଭାଇଜଅର ଲଗାଇବା ଓ ଭେଣ୍ଡିଙ୍ଗ ଜୁନ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ କ୍ଷଭ ପ୍ରକାଶ କରିଥିଲେ ପ୍ରତିନିଧି ମାନେ । ଏନଏସିର ଆୟ ବୃଦ୍ଧି ନିମନ୍ତେ ଗ୍ରାସୀମ ଇଣ୍ଡୋଷ୍ଟିଜର ଟେକ୍ସ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ସେହିପରି ହୋଲିଡ଼ଙ୍ଗ ଟେକ୍ସ ପୁନଃ ଆକଳନ କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସ୍ତାବ ଦେବା ସହ ଜୁନ ମାସ ଠାରୁ ଘର ଟିକସ ଏକ ମାସ ମଧ୍ୟରେ ପୈଠ କଲେ ଦଶ ଭାଗ ରିହାତି ଦେବାକୁ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ବିଧାୟକ ପ୍ରତିନିଧି ସୁଧୀର କୁମାର ପାଢୀ, କାଉନସିଲ ର ପୁରୁଷୋତ୍ତମ ସାହୁ, ଅରୁଣ କୁମାର ପଣ୍ଡା, ମହାଲକ୍ଷ୍ମୀ ନାୟକ, ସ୍ୱାଗତ ଆଶିଷ ନାୟକ, ସୁଜାତା କୁମାରୀ ମହାନ୍ତି, ପି.ଚନ୍ଦ୍ର ଶେଖର,ପି.ମୋହନ ରେଡି, ରିତାଦେବୀ ମହାରଣା, ସବିତା ବେହେରା,ସଂଯୁକ୍ତା ଦାସ, ମୁନିସିପାଲଟି ଇଞ୍ଜିନିୟର ବଂଶୀଧର ପରିଡା,ବିଦ୍ୟୁତ ବିଭାଗ କନିଷ୍ଟ ଯନ୍ତ୍ରୀ ଦିଲେଶ୍ବର ଆଚାରୀ,ଜନ ସ୍ଵାସ୍ଥ୍ୟ ବିଭାଗ କନିଷ୍ଟ ଯନ୍ତ୍ରୀ ଆଶିଷ କୁମାର ବରାଳ,ଏନ ଏ ସି କନିଷ୍ଟ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ