ବାଲ୍ୟ ବିବାହ ବନ୍ଦ ନିମନ୍ତେ ବିଦ୍ୟାଳୟରେ ସଚେତନତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଶିଶୁପ୍ରକଳ୍ପ ଯୋଜନା ଅନ୍ତର୍ଗତ ରାୟଗଡ ବ୍ଲକ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହ ବନ୍ଦ ନିମନ୍ତେ ରାୟଗଡ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟରେ ୫୫ ଛାତ୍ରୀ ଉପସ୍ଥିତ ଥିଲେ ସ୍କୁଲର ଛାତ୍ରୀ ମାନଙ୍କୁ ନେଇ ବାଲ୍ୟବିବାହ ନିଷେଧ ଆଇନ -୨୦୦୬ ନେଇ ସଚେତନତା କରିବା ସହ ଶିଶୁଙ୍କ ମଧ୍ଯରେ ରଚନା ପ୍ରତିଯୋଗିତା କରାଯାଇଥିଲା. ଏଠାରେ କୃତୀ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ତତସହିତ ସେମାନଙ୍କୁ ବାଲ୍ୟବିବାହ ଆଇନ -୨୦୦୬ ନେଇ ଅବଗତ କରିବା ସହ ବାଲ୍ୟ ବିବାହ ଦ୍ୱାରା ଶିଶୁଙ୍କର ଅସୁବିଧା ବିଷୟରେ ଅବଗତ କରା ଯାଇଥିଲା l ବାଲ୍ୟ ବିବାହ ଦ୍ଵାରା ଶିଶୁର ଅଧିକାର କ୍ଷୁର୍ଣ୍ଣ ସହ ଶିଶୁଟି ଉଚ୍ଚ ଶିକ୍ଷିତ ହେବାରେ ବଞ୍ଚିତ ହୋଇଥାଏ, ମାନସିକ ନିର୍ଯାତନାର ଶିକାର ହେବ ସହ ନିସ୍ପତି ନେବାରେ ବଞ୍ଚିତ ହେବ ସହ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଅବଗତ କରାଯାଇ ଥିଲା l କାର୍ଯ୍ୟକ୍ରମରେ ରାୟଗଡର ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ, ସିଡିପିଓ ତଥା ସିଏମପିଓ ତେରେସ୍କୋଭା ମଲ୍ଲିକ, ପ୍ରଧାନଶିକ୍ଷକ ମନୋଜ ବେହେରା, ଶିକ୍ଷକ ସିଦ୍ଧାର୍ଥ ଶଙ୍କର ପାଠି, ସୂରଜ ନାୟକଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ଆକ୍ସନଏଡର ବିଜୟ ପ୍ରଧାନ ପରିଚାଳନା କରିଥିଲେ l


