ଜଗନ୍ନାଥ ମନ୍ଦିରର ପୁରୁଣା ହୁଣ୍ଡିରୁ ୨ଲକ୍ଷ ୬୩ହଜାର ଟଙ୍କାରୁ ଉର୍ଦ୍ଧ ଟଙ୍କା ସଂଗୃହୀତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଚାଲିଥିବା ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ସହଯୋଗର ହାତବଢାଇ ଚାଲିଛନ୍ତି ଜଗନ୍ନାଥ ପ୍ରେମୀ ବା ଶ୍ରଦ୍ଧାଳୁ । ଏହି ପରିପ୍ରେକ୍ଷୀରେ ନିର୍ମାଣ କାର୍ଯ୍ୟ ଲାଗି ବ୍ୟବହୃତ ବିଭିନ୍ନ କାମରେ ନିୟୋଜିତ ଶ୍ରମିକଙ୍କ ପାରିଶ୍ରମିକ ଆଦି ପାଇଁ ଲୋକେ ଯାହାର ଯେତିକି ସାମର୍ଥ୍ୟ ଅନୁସାରେ ସ୍ୱଇଚ୍ଛାରେ ପ୍ରଦାନ କରୁଛନ୍ତି । ଏପରି ଭକ୍ତ ବା ଶ୍ରଦ୍ଧାଳୁମାନେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ସକାଶେ ବେଶ ମନବଳାଇ ଆଗଭର ହୋଇ ସହାୟତା ପ୍ରଦାନ କରୁଥିବାର ଲକ୍ଷ୍ୟ କରାଯାଉଛି । ସେହିପରି ହୁଣ୍ଡି ଗୁଡିକରେ ମଧ୍ୟ ଶ୍ରଦ୍ଧାଳୁମାନେ ଦାନ କରିଥିବାର ଜଣାପଡିଛି । ମନ୍ଦିରର ପୁରୁଣା ହୁଣ୍ଡିରୁ ମୋଟ ୨ଲକ୍ଷ ୬୩ହଜାର ୩୧୦ ଟଙ୍କା ସଂଗୃହୀତ ହୋଇଥିବାର ଜଣାପଡିଛି । ଆଜି ଏନେଇ ଗଣନା କରାଯାଇଥିବା ବେଳେ ୩୧ଗୋଟି ୨ହଜାର ଟଙ୍କା ନୋଟ, ୩୫୬ ଗୋଟି ୫ଶହ ଟଙ୍କିଆ ନୋଟ, ୭ଗୋଟି ୨ଶହ ଟଙ୍କିଆ ନୋଟ, ୭୪ ଗୋଟି ଶହେଟଙ୍କିଆ ନୋଟ, ୭୦ ଗୋଟି ୫୦ଟଙ୍କିଆ ନୋଟ, ୧୦୬ଗୋଟି ୨୦ଟଙ୍କି ନୋଟ, ୪୫୯ଗୋଟି ୧୦ଟଙ୍କିଆ ନୋଟ ଏବଂ ୪୩୦୦ଗୋଟି କୋଏନ ଏପରି ଭାବେ ମୋଟ ୨ଲକ୍ଷ ୬୩ହଜାର ୩୧୦ଟଙ୍କା ଗଣନା କରାଯାଇଥିବା ବା ସଂଗୃହୀତ ହୋଇଥିବାର ମନ୍ଦିର ପକ୍ଷରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ