ଚୋରି ଛିନତାଇ ରୋକିବା ପାଇଁ ଆଇଜିଙ୍କୁ ‘ସ୍ମାଇଲ ସୋସାଇଟି’ର ଦାବିପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା) :-ଫକୀର ମୋହନ କଲେଜ ପାର୍ଶ୍ୱ ମଲିକାଶପୁର ଶାନ୍ତିକାନନ ଅଞ୍ଚଳରେ ଦିନକୁ ଦିନ ବଢୁଥିବା ଅପରାଧିକ କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ବାସିନ୍ଦା ଓ ସ୍ୱେଚ୍ଛାସେବୀ ସଙ୍ଗଠନ ‘ସ୍ମାଇଲ ସୋସାଇଟି’ ପକ୍ଷରୁ ମିଳତ ଭାବେ ପୂର୍ବାଞ୍ଚଳ ଜୋନ ପୁଲିସ ମହା ନିରୀକ୍ଷକ (ଆଇଜି)ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ପୌରାଞ୍ଚଳର ୧୩ ନମ୍ବର ଏବଂ ୧୫ନମ୍ବର ୱାର୍ଡ଼ର ବାସିନ୍ଦାଙ୍କ ସମେତ ଏଫଏମ କଲେଜର ଛାତ୍ରଛାତ୍ରୀ ଆଇଜିଙ୍କୁ ସାକ୍ଷାତ ସହ ବାଲେଶ୍ୱର ସହରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । କେବଳ ମହିଳାଙ୍କଠାରୁ ସୁନାଗହଣା ଛିନତାଇ ନୁହେଁ ବରଂ ସହର ସମେତ ଜିଲାରେ ବଢ଼ି ଚାଲିଥିବା ଡ୍ରଗ୍ସ କାରବାର, ମୋବାଇଲ ଲୁଟ ଏମିତିକି କିଡନାପିଙ୍ଗ ଭଳି ଅପରାଧିକ କାର୍ଯ୍ୟକଳାପ ସାଧାରଣ ଲୋକଙ୍କ ପାଇଁ ମହା ବିପଦ ହୋଇଥିବା ସଂଗଠନର କମର୍କକର୍ତ୍ତା କହିଥିଲେ । ବିଶେଷ କରି ୧୩ ନଂ ଓ ୧୫ ୱାର୍ଡ଼ ଅନ୍ତର୍ଗତ ମଲିକାଶପୁର ଅଞ୍ଚଳରେ ବଢ଼ିଥିବା ଛିନତାଇ ଓ ଲୁଟତରାଜ ସମ୍ପର୍କରେ ସେମାନେ ଆଇଜିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୂର୍ବରୁ ଏହି ଅଞ୍ଚଳରେ ଲାଗିଥିବା ସିସିଟିଭି ପୁନଃ କାର୍ଯ୍ୟକ୍ଷମ କରିବା, ଏଢ଼ କଲେଜ କମର୍ସ ବ୍ଲକ ନିକଟରେ ଥିବା ପୁଲିସ ବିଟହାଉସକୁ କାର୍ଯ୍ୟକ୍ଷମ କରିବା, ଉଭୟ ଟାଉନ ଥାନା ଓ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଏହି ଅଞ୍ଚଳରୁ ଏଫାଇଆର ଦେବାରେ ସୃଷ୍ଟି ହେଉଥିବା ସମସ୍ୟା ଦୂର ପାଇଁ ସେମାନେ ଦାବି କରିଥିଲେ । ତୁରନ୍ତ ଏ ବାବଦରେ ଦୃଢ଼ ପଦକ୍ଷେପ ଦାବିରେ ସଂଗଠନ ପକ୍ଷରୁ ଏକ ଦାବିପତ୍ର ଆଇଜିଙ୍କୁ ପ୍ରଦାନ କରାଯାଇଥିଲା । ତେବେ ଆସନ୍ତା ୧୫ଦିନ ମଧ୍ୟରେ ଉଚିତ ପଦକ୍ଷେପ ନିଆଯିବ ବୋଲି ଆଇଜି ପ୍ରତିଶ୍ରୁତି ଦେଇଥିବା ସ୍ମାଇଲ ସୋସାଇଟି କର୍ମକର୍ତ୍ତାମାନେ ସୂଚନା ଦେଇଚନ୍ତି । ଦାବିପତ୍ର ପ୍ରଦାନ ବେଳେ ସ୍ମାଇଲ ସୋସାଇଟିର ସଭାପତି ଶୁଭମ ସାଇ ମହାପାତ୍ର, ଅଭିଜିତ ବିଶ୍ୱାଳ, ପିକୋନ ପଟ୍ଟନାୟକ, ସତ୍ୟଜିତ ପାଢ଼ୀ ମୋନାଲିସା ପାଣିଗ୍ରାହୀ, କାମିନୀବାଳା ପରିଡା, ରୀମା ଜୋସେଫ, ହରିହର ମନ୍ତ୍ରୀ, ଦିଗଦର୍ଶନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ