ମାନବିକତା ଦେଖାଇଲେ ଗଞ୍ଜାମ ଆଇଆଇସି
ଗଂଜାମ, (ବିନୋଦ ପଲାଇ) :-ମାନବିକତା ଦେଖାଇଛନ୍ତି ଗଞ୍ଜାମ ଆଇଆଇସି ସୁଦୀପ୍ତ କୁମାର ସାହୁ । ଦୁର୍ଘଟଣାରେ ଆହତଙ୍କୁ ନିଜେ ଫାଷ୍ଟଏଇଡ଼ ଚିକିତ୍ସା କରିବା ସହ ପରେ ମେଡିକାଲରେ ଭର୍ତ୍ତି କରାଇ ଥିଲେ ଚିକିତ୍ସା ପାଇଁ। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଗଂଜାମ ବ୍ଲକ ଅନ୍ତର୍ଗତ ଯୁଡିଏଏସ ପୁର ପଞ୍ଚାୟତର ଉମ୍ବୁରି ଧର୍ମଶରଣ ପୁର ଗ୍ରାମକୁ ଗଂଜାମ ଆଇଆଇସି ସାହୁ ଯାଉଥିବା ବେଳେ ବେଣିଗୌରି କୁମୁଟିଆଣି ବନ୍ଦ ପାଖରେ ଜଣେ ବୃଦ୍ଧ ଦୁର୍ଘଟଣାରେ ଆହତ ଇ ଅଚେତ ହୋଇପଡି ରହିଥିଲେ। ଆହତଙ୍କୁ ଦେଖି ସଂଗେ ସଂଗେ ଫାଷ୍ଟ ଏଇଡ କରିବା ସହ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ। ଆହତ ବୃଦ୍ଧା ଜଣଙ୍କ ହେଲେ କେ.ସନ୍ୟାସୀ ପାତ୍ର (୬୮) ତାଙ୍କ ଘର ବଡ଼ମାଧପୁର ଗ୍ରାମ ବୋଲି ଜଣାପଡିଛି ।


