ଓଡ଼ିଶା ରାଜ୍ୟ ନ୍ୟୁ ଏଡେଡ୍ ବ୍ଲକଗ୍ରାଣ୍ଟ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଆଲୋଚନାଚକ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ରାଜ୍ୟରେ ନୂଆକରି ସହାୟତା ପାଇଥିବା ବ୍ଲକଗ୍ରାଣ୍ଟ ସ୍କୁଲ୍ ମାନଙ୍କରେ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସମ୍ ହସ୍ପିଟାଲ ନିକଟସ୍ଥ ସାଁପୁର ମୌଜାର କଳିଙ୍ଗ ବିଦ୍ୟାପୀଠ ପ୍ରାଙ୍ଗଣରେ ଆୟୋଜିତ ଏହି ସଭାରେ ରାଜ୍ୟର ବିଭିନ୍ନ ନ୍ୟୁ ଏଡ଼େଡ୍ ବ୍ଲକଗ୍ରାଣ୍ଟ ସ୍କୁଲ୍ ମାନଙ୍କରୁ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଓ ଦାବି ଉପସ୍ଥାପନ କରାଯାଇଥିଲା । ଅବସର ପରେ ପେନସନ, ଗ୍ରାଚୁଇଟି ଏବଂ ରିଟାୟାର୍ଡ଼ମେଣ୍ଟ ବେନିଫିଟ୍ ଯୋଜନା ସେମାନଙ୍କ ପାଇଁ ଲାଗୁ କରିବା ପାଇଁ ସରକାରଙ୍କ ନିକଟରେ ବହୁବାର ଆଗରୁ ଦାବି କରିଥିଲେ ମଧ୍ୟ ସରକାର କିଛି ବିଚାର କରିନଥିବାରୁ ସମସ୍ତେ ଗଭୀର ଦୁଃଖ ପ୍ରକାଶ କରିଥିଲେ ଏବଂ ନିଷ୍ପତ୍ତି ନେଇଥିଲେ ପୁନର୍ବାର ସରକାରଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଦାବି ଏବଂ ସାମ୍ବିଧାନିକ ହକକୁ ତୁରନ୍ତ ଲାଗୁ କରିବାକୁ ଆଉଥରେ ଅନୁରୋଧ କରିବେ, ଲିଖିତ ଅଭିଯୋଗ ବି କରିବେ । ଯଦି ସରକାର ନକରନ୍ତି, ତେବେ ରାଜରାସ୍ତାକୁ ଆସିବେ ଏବଂ ଆଗାମୀ ବିଧାନସଭା ସଭ ଅଧିବେଶନ ସମୟରେ ଆନ୍ଦୋଳନ କରିବେ ବୋଲି ସଂଘର ସାଧାରଣ ସମ୍ପାଦକ ରଞ୍ଜନ କୁମାର ପଣ୍ଡା ମତବ୍ୟକ୍ତ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ରାଜ୍ୟରେ ପାଖାପାଖି ୨ ହଜାରରୁ ଅଧିକ ନ୍ୟୁ ଏଡେଡ୍ ବ୍ଲକଗ୍ରାଣ୍ଟ ସ୍କୁଲ ମାନଙ୍କରୁ ଶିକ୍ଷକ ଏବଂ କର୍ମଚାରୀମାନେ ଅବସର ଗ୍ରହଣ କରିସାରିଛନ୍ତି । ଅନ୍ୟାନ୍ୟ କର୍ମଚାରୀମାନେ ୩୦/୩୫ ବର୍ଷ ସେବା ଯୋଗାଇ ଯେଭଳି ପେନସନ ପାଉଛନ୍ତି, ଏହି ବର୍ଗର କର୍ମଚାରୀମାନେ ଅବସର ପରେ ଖାଲି ହାତରେ ଘରକୁ ଯାଉଥିବାରୁ ସେମାନଙ୍କ ମଧ୍ୟରେ ଗଭୀର ଦୁଃଖ ପ୍ରକାଶ କରାଯାଇଥିଲା । ପୂର୍ବରୁ ମାନ୍ୟବର ହାଇକୋର୍ଟ ମଧ୍ୟ ସରକାରଙ୍କୁ ଆମମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ କହିଥିଲେ ମଧ୍ୟ ସରକାର କିଛି ନକରି ଆମ୍ଭମାନଙ୍କୁ ହତାଶ କରିଛନ୍ତି ବୋଲି ସଂଘର ସଭାପତି ଗରୁଡ଼ ଚନ୍ଦ୍ର ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ