ଆନ୍ତର୍ଜାତୀୟ ମହାସାଗର ଦିବସ ରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ
ନିମାପଡା, (ସନ୍ତୋଷ ଦାଶ) :-ବୁଧବାର ଥିଲା ଆନ୍ତର୍ଜାତୀୟ ମହାସାଗର ଦିବସ । ଏହି ଅବସରରେ ସ୍ୱେଛାସେବୀ ମାନ ଙ୍କ ଦ୍ଵାରା ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ର ଜାହନିଆଁ ବେଳାଭୂମି ସଫେଇ କରାଯାଇଥିଲା । ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ପ୍ରାପ୍ତ ସ୍ୱେଛାସେବୀ ବିଚିତ୍ରାନନ୍ଦ ବିଶ୍ୱାଳ , ମହିଳା ବନସୁରକ୍ଷା ସମିତି ସଭାନେତ୍ରୀ ଚାରୁଲତା ବିଶ୍ୱାଳ ଙ୍କ ନେତୃତ୍ଵ ରେ ୬୦ ରୁ ଊର୍ଦ୍ଧ୍ବ ମହିଳା ଓ ୟୁର୍ଥ ଫର୍ ସଷ୍ଟନାବିଲିଟି ର ଯୁବ ସ୍ୱେଛାସେବୀ ମାନେ ଜାହାନିଆଁ ବେଳାଭୁମି ରୁ ପଲଥିନ, ଅଳିଆ ଆବର୍ଜ୍ଜନା ପ୍ରଭୁତି ସଫେଇ କରିଥିଲେ ।


