ଇସ୍ତଫା ଦେଲେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟ୍ଟନାୟକ ଇସ୍ତଫା ଦେଇଥିବାର ଜଣାପଡିଛି । ସେ ଭାଜପା ଦଳରେ ଜଣେ ସକ୍ରିୟ ସଦସ୍ୟ ତଥା ପାରଳା ବିଧାୟକ କେ.ନାରାୟଣ ରାଓଙ୍କ ଦୃଢ ସମର୍ଥକ ଭାବେ ପରିଚିତ ଅଟନ୍ତି । ହେଲେ ସେ ଗତ କିଛି ଦିନ ହେଲା ଅସୁସ୍ଥତା ଓ ପାରିବାରିକ ସମସ୍ୟା କୁ ନେଇ ଦଳରେ ସକ୍ରିୟ ଭୂମିକା ନେଇପାରୁ ନଥିବାର ଦର୍ଶାଇ ନିଜର ଇସ୍ତଫା ପ୍ରଦାନ କରିଥିବାର ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ଶ୍ରୀ ପଟ୍ଟନାୟକ ପ୍ରଥମେ କଂଗ୍ରେସ ଦଳରେ ରହି ପାରଳାଖେମୁଣ୍ଡି ପୌରଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ବିଜେଡି ଏବଂ ପରେ ଭାଜପାରେ ଯୋଗଦେଇଥିଲେ ।


