ସ୍ମାର୍ଟ ହେଲା ଗଜପତିର ଆଉ ୩୧ ହାଇସ୍କୁଲ : ରୂପାନ୍ତରିତ ସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାର ଆଜି ୩୧ଟି ହାଇସ୍କୁଲକୁ ୫-ଟି ରୂପାନ୍ତରଣ ମାଧ୍ୟମରେ ସ୍ମାର୍ଟସ୍କୁଲ କରାଯାଇଛି । ଜିଲ୍ଲାର ୫ଟି ସ୍ମାର୍ଟ ସ୍କୁଲ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରନ୍ସ ଜରିଆରେ ଲୋକାର୍ପିତ କରିଥିଲେ। ଶୁକ୍ରବାର ବ୍ଲକର ବିଦ୍ୟାଳୟର ଶ୍ରେଣୀ ଗୃହ ଗୁଡ଼ିକରେ ସ୍ମାର୍ଟବୋର୍ଡ଼ ଲଗାଯାଇଥିବା ବେଳେ ଇ-ଲାଇବ୍ରେରୀ, ବିଜ୍ଞାନଗାର, ଖେଳ ପଡ଼ିଆ, କୋମ୍ପୁଟରଲ୍ୟାବ, ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ଓ ମନୋରମ ବଗିଚାର ବ୍ୟବସ୍ଥା କରାଯାଇଛି ଶିକ୍ଷାର ବିକାଶ କ୍ଷେତ୍ରରେ ରାଜ୍ୟରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ଏ ଅବସରରେ ପିଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ଶିକ୍ଷକ କଳା ପଟା ନୁହେଁ ବରଂ ସ୍ମାର୍ଟ ବୋର୍ଡ଼ରେ ପାଠ ପଢ଼ାଇବାର ସୁଯୋଗ ପାଇଛନ୍ତି । ଉପାନ୍ତ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଅଞ୍ଚଳର ପିଲାମାନେ ସରକାରୀ ସ୍କୁଲ ଉପରେ ଆକର୍ଷଣ ହେଉଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।


