ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ୨ଜଣ ତଥା ଜିପିଓ ଦୁର୍ଗା ପ୍ରସାଦ ରଣା ଏବଂ ସୋବରା ପଞ୍ଚାୟତ ପି.ଇଓ. ଏସ୍‌.ଆନନ୍ଦ ଅବସର ନେଇଛନ୍ତି । ଏଥିଲାଗି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷ ଏନ୍‌. ବୀର ରାଜୁ. ବିଡିଓ ନୀଳମାଧବ ମାଝୀ ଏବଂ ବ୍ଲକର ସମସ୍ତ କର୍ମଚାରୀଙ୍କ ଉପସ୍ଥିରେ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା । ଜିପିଓ ରଣା ଅଭିକ୍ତ ଗଞ୍ଚାମ ଜିଲ୍ଲାରୁ ୧୯୮୫ ମସିହାରେ କାର୍ଯ୍ୟଭାର ଆରମ୍ଭ କରି ଥିବା ବେଳେ ଅଭିକ୍ତ କୋରାପୁଟ ଜିଲ୍ଲା ଏବଂ ପରବର୍ତ୍ତୀ ସମୟରେ ଗଜପତିରେ ନିଜର କର୍ତ୍ତବ୍ୟ ନିଷ୍ଠାର ସହ ସମ୍ପାଦନା କରିଥିଲେ ବୋଲି କୁହାଯାଇଥିବା ବେଳେ ପି.ଇଓ. ଅନନ୍ଦ ଜଣେ ସୂଚାରୁ ରୂପେ କାର୍ଯ୍ୟ କରି ନିଜର ପରିଚୟ ସମଗ୍ର ବ୍ଲକରେ ସୃଷ୍ଟି କରିପାରିଥିଲେ ବୋଲି କୁହାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ