ସମବାୟ ସମିତି ନିର୍ବାଚନ, ୩୧ ନିଦେ୍ର୍ଦଶକ ପଦବୀ ପାଇଁ ୬୮ଜଣ ପ୍ରାର୍ଥୀ
ହାଟଡିହି, (ବିକାଶ ବିଶ୍ୱାଳ ) : ଆସନ୍ତା ୧୯ତାରିଖରେ ହେବାକୁ ଯାଉଛି ସମବାୟ ସମିତି ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବ୍ଲକରେ ମୋଟ ୮ଟି ସମବାୟ ସମିତି ମଧ୍ୟରୁ ସମଣା, ବଡରମ୍ପାସ, ପଞ୍ଚୁଗୋଛିଆ ଓ ମରୈଗାଁ ସମବାୟ ସମିତିରେ ବିନା ପ୍ରତିନ୍ଦିତାରେ ନିର୍ବାଚନ ସରିଥିବାରୁ ଏବେ ସଢ଼ା, ସୋସୋ, ବାଙ୍ଗୋର ଏବଂ ଡଅଁରରେ ନିର୍ବାଚନ ହେବାକୁ ଯାଉଛି । ଶନିବାର ସକାଳ ୭ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ହେବାକୁ ଥିବାବେଳେ ସେହିଦିନ ଗଣତି ଓ ଘୋଷଣା କରାଯିବା ପାଇଁ ଧାର୍ଯ୍ୟ ହୋଇଛି । ସଢ଼ା ସମବାୟ ସମିତିରେ ମୋଟ ୧୫ଜଣ ନିଦେ୍ର୍ଦଶକଙ୍କ ମଧ୍ୟରୁ ୪ଜଣ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାବେଳେ ଆଉ ୧୧ଯି ପଦବୀ ପାଇଁ ୨୩ଜଣ ପ୍ରାର୍ଥୀ ନିର୍ବାଚନ ପ୍ରତିଦ୍ୱନ୍ଦିତାରେ ଅଛନ୍ତି । ସେହିପରି ସୋସୋ ସମିତିରେ ୧୫ଟି ଆସନ ମଧ୍ୟରୁ ୧୪ଟି ପାଇଁ ନାମାଙ୍କନପତ୍ର ଦାଖଲ ହୋଇଥିବାବେଳେ ୧୨ଜଣ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାବେଳେ ୨ଟି ପଦବୀ ପାଇଁ ୪ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିପରି ବାଙ୍ଗୋରରେ ୧୫ଟି ପଦବୀ ମଧ୍ୟରୁ ୯ଟିରେ ପ୍ରାର୍ଥôମାନେ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଆଉ ୬ଟି ଆସନ ପାଇଁ ୧୫ଜଣ ପ୍ରାର୍ଥô ପ୍ରତିନ୍ଦିତା କରୁଛନ୍ତି । ସେହିପରି ଡଅଁର ସମବାୟ ସମିତିରେ ୧୫ଟି ପଦବୀ ମଧ୍ୟରୁ ୩ଜଣ ପ୍ରାର୍ଥô ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାବେଳେ ଆଉ ୧୨ଟି ପଦବୀ ପାଇଁ ୨୬ଜଣ ପ୍ରାର୍ଥô ନିର୍ବାଚନ ମଇଦାନରେ ଅବତିର୍ଣ୍ଣ ହୋଇଛନ୍ତି । ଏଥିପାଇଁ ପ୍ରାର୍ଥୀମାନେ ଭୋଟ ହାତେଇବା ପାଇଁ ଭୋଟର ମାନଙ୍କ ପାଖକୁ ଯାଇ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।


