ଅଲଚିକି ଶିକ୍ଷା : ବାର୍ଷିକ ପରୀକ୍ଷା ସମ୍ପନ୍ନ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଭିତରାମଦା ଗ୍ରାମପଞ୍ଚାତ କାଜଲରାନୀ ଅଲଇତୁନ୍ ଆଶ୍ଳା ଶିକ୍ଷାନୁଷ୍ଠାନ ପରୀକ୍ଷା କେନ୍ଦ୍ର ରେ ବାର୍ଷିକ ଅଲଚିକି ପରୀକ୍ଷା ସମ୍ପନ୍ନ ହୋଇ ଯାଇଛି । ଆଦିବାସୀ ସାମାଜିକ ଶିକ୍ଷା ଏବଂ ସାଂସ୍କୃତିକ ପରିଷଦ (ଆସେକା) ରାଇରଙ୍ଗପୁର ବୋର୍ଡ ଦ୍ଵାରା ପରିଚାଳିତ ଏହି ଅଲଚିକି ବାର୍ଷିକ ପରୀକ୍ଷା ଚଳିତ ମାସ ୧୦’, ୧୧’ ଏବଂ ୧୨’ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ “କାଜଲରାନୀ ଅଲଇତୁନ ଆଶ୍ଳା ଶିକ୍ଷାନୁଷ୍ଠାନ ଏବଂ ଭିତରାମଦା “କାଳିଚରଣ ଅଲଇତୁନ୍ ଆଶ୍ଳା ଶିକ୍ଷା ଅନୁଷ୍ଠାନ ରୁ ମୋଟ ୪୭’ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଏଥି ମଧ୍ୟରୁ ଲୋଆର ଷ୍ଟାଣ୍ଡାର୍ଡ ରେ ୧୧’ ଜଣ, ହାଇଆର ଷ୍ଟାଣ୍ଡାର୍ଡ ରେ ୧୫’ ଜଣ, ମେଟ୍ରିକ ଷ୍ଟାଣ୍ଡାର୍ଡ ରେ ୧୭’ ଜଣ, +୨’ ଷ୍ଟାଣ୍ଡାର୍ଡ ରେ ୦୩` ଜଣ ଏବଂ +୩’ ଷ୍ଟାଣ୍ଡାର୍ଡ ରେ ୦୧’ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଶିକ୍ଷକ ଶିରିପ ମୁର୍ମୁ’ ପରୀକ୍ଷା କେନ୍ଦ୍ର ଇନଚାର୍ଜ’ ଦାୟିତ୍ବରେ ରହିଥିଲେ । ଆସେକା ବୋର୍ଡ ରାଇରଙ୍ଗପୁର ରୁ ଫାଗୁରାମ ବାସ୍କେ ପରୀକ୍ଷା ନିରୀକ୍ଷକ ଭାବେ ପହଞ୍ଚି ଥିଲେ । ପରୀକ୍ଷା ସୁରୁଖୁରୁ ରେ ସମ୍ପନ୍ନ ହୋଇଥିବା ବେଳେ ପରୀକ୍ଷା ସମାପ୍ତ ପରେ “କାଜଲରାନୀ ଅଲଇତୁନ ଆଶ୍ଳା ଶିକ୍ଷାନୁଷ୍ଠାନ ପ୍ରଧାନ ଶିକ୍ଷକ ବାଡୁରାମ ବୀରକିଶୋର ମୁର୍ମୁ’ଙ୍କ ସଭାପତିତ୍ବ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପାଳସା ପିଳ୍ ପାରଗାନା ଭାଗୀରଥି ହାଁସଦାଃ, ଭିତରାମଦା ସରପଞ୍ଚ ଖାତ୍ରୀ କିସ୍କୁ, ଭାରତ ପେଟ୍ରୋଲିୟମ ଇଂଜିନୀୟର ସାଲଖୁ ମାଝୀ, ଇଲେକ୍ଟ୍ରିକାଲ ଇଂଜିନୀୟର ଅନନ୍ତ ଚରଣ ମାଝୀ, ପ୍ରଫେସର ସରୋଜ କୁମାର ମାର୍ଣ୍ଡି, ଆରଏସପି ଇଂଜିନୀୟର ଶିରିଶ ଚନ୍ଦ୍ର ସୋରେନ୍, ଶିକ୍ଷକ ରାମେଶ୍ବର ହେମ୍ବ୍ରମ, ରଘୁନାଥ ମୁର୍ମୁ (ଏମଏନଏସ), ସମାୟ ମାଝୀ( ଏସଇଆର), ମାଝୀବାବା ଗାଇଚାନ୍ଦ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ମାନଙ୍କ ସ୍ବାଗତ ସମ୍ବର୍ଦ୍ଧନା ପରେ ଛାତ୍ରଛାତ୍ରୀ’ଙ୍କ ଦ୍ଵାରା ହିତାଲ ଧର୍ମଗ୍ରନ୍ଥ ପାଠ କରା ଯାଇଥିଲା । ସଭାରେ ଅତିଥି ମାନେ ଅଲଚିକି ର ପ୍ରଚାର ପ୍ରସାର ଏବଂ ଏହାର ଆବଶ୍ୟକତା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ବିପିସିଏଲ ଇଂଜିନୀୟର ସାଲଖୁ ମାଝୀ’ଙ୍କ ଦ୍ଵାରା ଶିକ୍ଷାନୁଷ୍ଠାନ ର ପ୍ରଧାନ ଶିକ୍ଷକ ବାଡୁରାମ ବୀରୋକିଶୋର ମୁର୍ମୁ, ଶିକ୍ଷକ ଶିରିପ ମୁର୍ମୁ ଓ ଶିକ୍ଷକ ଉଦୟ ମୁର୍ମୁ’ଙ୍କ ସହିତ ସମସ୍ତ ଛାତ୍ରଛାତ୍ରୀ’ଙ୍କୁ ଉପହାର ଦେଇ ସମ୍ମାନୀତ କରାଯାଇଥିଲା । ଶିକ୍ଷକ ଶିରିପ ମୁର୍ମୁ ଅତିଥି’ଙ୍କ ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲାବେଳେ ଶିକ୍ଷକ ଉଦୟ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ। କର ମୁର୍ମୁ, ଛଟରାୟ ମୁର୍ମୁ, ମୋହନ ମୁର୍ମୁ ଏବଂ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।


