ଆଇନୀଜୀବୀଙ୍କ ଦ୍ୱାରା ବରିଷ୍ଠ ନାଗରିକଙ୍କୁ ସେମାନଙ୍କର ପରିଚୟ ପତ୍ର ପ୍ରଦାନ
ଜଗତସିଂହପୁର, (ଅନସୂୟା ରାଉତ) :-ବାଲିକୁଦା ବ୍ଲକ ବରିଷ୍ଠ ନାଗରିକ ସଙ୍ଘ ତରଫରୁ ଆଜି କଣିଆ ସ୍ଥିତ ସ୍ୱାମୀ ଚିଦା ନନ୍ଦ ସରସ୍ୱତୀ କୃପାଦ୍ୱାରରରେ ସୁପ୍ରିମ କୋଟ ଆଇନୀଜୀବୀ ଡ଼ଃ ଶୁଶାନ୍ତ କୁମାର କାନୁନ ଗୋ ଙ୍କ ଦ୍ୱାରା ଅଂଚଳର ବାର ଜଣ ବରିଷ୍ଠ ନାଗରିକଙ୍କୁ ସେମାନଙ୍କର ପରିଚୟ ପତ୍ର ପ୍ରଦାନ କରାଯାଇଥିଲା l ସଭାପତି ଶରତ କିଶୋର କାନୁନଗୋଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ବୈଠକରେ ସଂଘ ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ, ସହ ସମ୍ପାଦକ ନଗେନ୍ଦ୍ର ପରିଡା, ଉପ ସଭାପତି ଗୁଣନିଧି ଦାସ, କୋଷଦକ୍ଷଆଇନୀଜୀବୀ ବିଜୟକୁମାର ଜେନା, ସାହସମ୍ପାଦକ ନଗେନ୍ଦ୍ର ନାଥ ପରିଡା, ଏହି ବୈଠକକୁ ପରିଚାଳନା କରିଥିଲେ ସରସ୍ୱତୀ ମହାପାତ୍ର,। ଏହି ଅବସରରେ ନୂତନ ଭାବେ ପଞ୍ଜୀକୃତ କରିଥିବା ବରିଷ୍ଠ ନାଗରିକ ସୁରେଶ ପଣ୍ଡା, ବାଲୁଙ୍କେଶ୍ୱର ନାୟକ, କାଁହୁ ଚରଣ ସାହୁ, ରବୀନ୍ଦ୍ର ନାଥ ସାହୁ, ମୀନକେତନ ନାୟକ, ବିଷ୍ଣୁପ୍ରସାଦ ମହାନ୍ତି, ନୃଶିଂହ ନାୟକ, ବିଷ୍ଣୁ ଚରଣ ନାୟକ ବସନ୍ତ ମଞ୍ଜରୀ ଦଶ ରବୀନ୍ଦ୍ର ଜେନା, ପ୍ରମଲତା ନାୟକ ପ୍ରମୁଖଙ୍କୁ ପରିଚୟ ପାତ୍ର ପ୍ରଦାନ କରାଯାଇଥିଲା l ଆଗାମୀ ଦିନରେ ସଙ୍ଘର ପଞ୍ଜିକୃତ, ସଦସ୍ୟ ମାନଂକୁ ଭତ୍ତା ପ୍ରଦାନ କିଭଳି କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରା ଯାଇଥିଲା ।


