ଲିଟିଲଷ୍ଟାର ଗ୍ରୁପ ର ପ୍ରତିଷ୍ଠା ଉତ୍ସବ

ନିମାପଡ଼ା (ସନ୍ତୋଷ ଦାଶ) :-ନିମାପଡା ର ଅଗ୍ରଣୀ ଶିଶୁବିକାଶ ଅନୁଷ୍ଠାନ ଲିଟଲଷ୍ଟାର ଗ୍ରୁପର ୨୦ ତମ ପ୍ରତିଷ୍ଠା ଦିବସ ପାଟପୁର ଗ୍ରାମ ର ବାବା ଲୋକନାଥ ଙ୍କ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଆୟୋଜିତ ଉତ୍ସବ ରେ ଅତିଥି ଭାବେ ଅଭିନେତା ତଥା ଡାକ୍ତର ଚିତ୍ତରଞ୍ଜନ ମିଶ୍ର, ନିରାକାର ଦାସ, ସାହିତ୍ୟିକ ବଙ୍କିମ ଚନ୍ଦ୍ର ନାୟକ ଓ ଶୁଭ ଦାଶ, ଚିନ୍ମୟୀ ପଣ୍ଡା, ଶିକ୍ଷାବିତ ରବୀନ୍ଦ୍ର ନାଥ ପାଢ଼ୀ, ସୁବ୍ରତ ମହାନ୍ତି, କୃତୀ ଶିକ୍ଷକ ନିର୍ମଳ ମିଶ୍ର, ଶିଶୁ ସମାଚାର ପତ୍ରିକା ର ସଂପାଦକ ସୁକାନ୍ତ ପଣ୍ଡା, ଶିଶୁ ପତ୍ରିକା ବାନର ସେନା ର ସଂପାଦକ ପ୍ରକାଶ ଚନ୍ଦ୍ର ଖଟୋଇ ପ୍ରମୁଖ ଯୋଗଦେଇ ଅନୁଷ୍ଠାନ ର କାର୍ଯ୍ୟ କୁ ପ୍ରଶଂସା କରିଥିଲେ । ଅନୁଷ୍ଠାନ ପକ୍ଷରୁ ନିରାକାର ସାହୁ, ଶୁଭ ଦାସ, ଚିନ୍ମୟୀ ପଣ୍ଡା, ବିକାଶ ବାରିକ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିଶୁ ଶିଳ୍ପୀ ସାଇ ଶ୍ରୀୟାଁଶୀ ଙ୍କୁ ସମ୍ମାନିତ କରା ଯାଇଥିଲା । ଅନୁଷ୍ଠାନ ର ସଂପାଦକ ମନ୍ତ ମହାରଣା, ଉପଦେଷ୍ଟା ଡ. ପ୍ରଣବ ସ୍ଵାଇଁ, ଅଜୟ ମିଶ୍ର ପ୍ରମୁଖ ଉତ୍ସବ କୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ