ବଜାରରେ ମିଳିବ କୃତ୍ରିମ କିଡ୍‌ନୀ

ଏବେ କିଡ୍‌ନୀ ସମସ୍ୟା ଦେଖାଗଲେ ଆଉ ଭୟ କରିବାର ନାହିଁ । କାରଣ ୫ ବର୍ଷ ପରେ ବଜାରରେ କୃତ୍ରିମ କିଡ୍‌ନୀ ମିଳିବ । ଆମେରିକାରେ ଗବେଷକ ଏଭଳି କିଡ୍‌ନୀ ତିଆରି କରିସାରିଛନ୍ତି । ଆଗାମୀ ୨ ବର୍ଷ ମଧ୍ୟରେ ଏନେଇ ଅଧ୍ୟୟନ ଶେଷ ହେବାର ସମ୍ଭାବନା ରହିଛି । ଅଧିକ ପରୀକ୍ଷାନିରୀକ୍ଷା କରାଯିବା ପରେ ଏହି କିଡ୍‌ନୀକୁ ବଜାରରେ ବିକ୍ରି ପାଇଁ ଛଡ଼ାଯିବ । ଏହାର ପ୍ରତିରୋପଣ ଦ୍ୱାରା ସାଧାରଣ ଭାବେ ଜଣେ ବଞ୍ଚିପାରିବ । ଫଳରେ କିଡ୍‌ନୀ ସମସ୍ୟା କ୍ଷେତ୍ରରେ ଆଉ ଡାଏଲିସିସ୍‌ର ଆବଶ୍ୟକତା ରହିବ ନାହିଁ । ଭାରତରେ ଏହା ୧୫ରୁ ୨୦ ଲକ୍ଷ ଟଙ୍କାରେ ବିକ୍ରି ହେବ ବୋଲି ଗ୍ରେଟର ନୋଏଡ଼ାରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଖ୍ୟାତି ସମ୍ପନ୍ନ ୟୁରୋଲୋଜିଷ୍ଟ ଡାକ୍ତର ସଞ୍ଜୟ ଗର୍ଗ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ