ମୋଦି ସରକାରର ଆକ୍ରୋଶ ବିରୋଧରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କେନ୍ଦ୍ର ସରକାରଙ୍କ ଆକ୍ରୋଶ ମୁଳକ ରାଜନୀତିର ପଶାପାଲିରେ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଇ.ଡି. ର ଦୀର୍ଘ ଚାରିଦିନ ଧରି ଜେରା, କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ଦିଲ୍ଲୀ ପୋଲିସର ମାତ୍ରାଧିକ ବର୍ବରତା ବିରୋଧରେ ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ରାପଡା ମୁଖ୍ୟ ଡାକଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲା କଂଗ୍ରେସ ସଭାପତି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା କଜଳାସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମୁଖ୍ୟ ଡାକଘର ସମ୍ମୁଖରେ ପହଞ୍ଚିଥିଲା । ସଭାପତି ଶ୍ରୀ ମହାନ୍ତି କହିଥିଲେ ଯେ ଦୀର୍ଘଦିନ ହେବ ଦେଶରେ ବେରୋଜଗାରୀ, ଦରଦାମ ବୃଦ୍ଧି ବିରୋଧରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଘେରିଥିବା ବେଳେ କେନ୍ଦ୍ରର ମୋଦି ସରକାର ଆକ୍ରୋଶ ମୂଳକ ଭାବେ ଇ.ଡି.କୁ ବ୍ୟବହାର କରି ଚୁପ୍ କରିଦେବାର ପ୍ରୟାସ କେବେ ଫଳପ୍ରଦ ହେବନାହିଁ । ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା କଂଗ୍ରେସ ଦଳ ବିରୋଧରେ ଷଡଯନ୍ତ୍ର ଫଳପ୍ରଦ ହେବ ନାହିଁ କାରଣ ଜାତୀୟ କଂଗ୍ରସ ସାଧାରଣ ଜନ ମାନସରେ ଅଛି ବୋଲି କହିଥିଲେ । ପୂର୍ବତ୍ତନ ମନ୍ତ୍ରୀ ଦିଲ୍ଲୀ ପୋଲିସର ଜାତୀୟ କଂଗ୍ରେସ ମୁଖ୍ୟାଳୟରେ ମାତ୍ରାଧିକ ଅମାନଷିକ ଆଚ୍ଚରଣକୁ ଘୋର ନିନ୍ଦା କରିବା ସଙ୍ଗେ ଆଗାମୀ ଦିନରେ ମୋଦି ସରକାରଙ୍କୁ ଏହା ମହଙ୍ଗା ପଡିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତ ମହାନ୍ତି, ବିଭ୍ରାଂଶୁ ଶେଖର ଲେଙ୍କା, ରତିକାନ୍ତ କାନୁନଗୋ, ରାକେଶ ମହାନ୍ତି, ମଙ୍ଗୁଳି ଚରଣ ବେହେରା, ପ୍ରଦୀପ ପ୍ରଧାନ, ସତ୍ୟପ୍ରିୟ ସାମଲ, ପରଭେଜ ଅକତର, ରାଜେଶ ମହାରଣା, ସୟଦ ଅବଦୁଲ୍ ସତ୍ତାର୍‌, ମଳୟ ଓଝା, ରବି ବେହେରା ବିଜୟ କୁମାର ପଣ୍ଡା, ମଳୟ ଦାସ, ଅମୁଲ୍ୟ ପ୍ରଧାନ, ରବୀନ୍ଦ୍ର ସାମଲ, ଉମେଶ ତ୍ରିପାଠୀ, ଜ୍ୟୋତିରଞ୍ଜନ ପରିଡା, ଚିତ୍ରସେନ ପରିଡା, ଜିଲ୍ଲା କଂଗ୍ରେସ ଉପସଭାପତି ସଞ୍ଜୟ ରାଉତ, କମଳାକାନ୍ତ ବେହେରା, ଅବିନାଶ ଲେଙ୍କା, ରବିନାରାୟଣ ପରିଡା, ସର୍ବେଶ୍ୱର ସେଠୀ, କେନ୍ଦ୍ର ସରକାରଙ୍କୁ କଡା ଚେତାବନି ଦେଇଥିଲେ । ସାଧାରଣ ସମ୍ପାଦକ ମିର୍ ମୁରସିଦ୍‌, ମହାକାଳ ପଡା ଯୁବ କଂଗ୍ରେସ ସଭାପତି ରତିକାନ୍ତ ବେହୁରା, କେନ୍ଦ୍ରାପଡା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ, ପ୍ରଭାକର ସାହୁ, ନଗର ଯୁବ କଂଗ୍ରେସ କ୍ଷୋଭ ପରିଚାଳନା କରିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ଦାସ ବିକ୍ଷୋଭକୁ ସଫଳ କରାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ